World Environment Day: ଚିନ୍ତା ବଢାଇଲା ରିପୋର୍ଟ, ୫ ବର୍ଷ କମିଗଲା ଭାରତୀୟଙ୍କ ବୟସ !

Published By : Prameya-News7 Bureau | June 05, 2023 IST

ନୂଆଦିଲ୍ଲୀ: ଦେଶରେ ବାୟୁ ପ୍ରଦୂଷଣ ଏବେ ଜୀବନହାନୀର କାରକ ହୋଇଛି । ସେଣ୍ଟର ଫର୍ ସାଇନ୍ସ ଏନଭାଇରମେଣ୍ଟ ଡାଟା ଅନୁସାରେ, ବିଷାକ୍ତ ପରିବେଶ ଯୋଗୁଁ ୨୦୨୦ରେ ଦେଶର ଲୋକଙ୍କ ହାରାହାରି ବୟସ ପ୍ରାୟ ୪ ବର୍ଷ ୧୧ ମାସ କମ ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ ଗତ କିଛି ବର୍ଷ ଧରି ବାୟୁରେ ବିଷାକ୍ତ କଣିକା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଫଳରେ ଜୀବନ ଦେଉଥିବା ବାୟୁ ଏବେ ମୃତ୍ୟୁର କାରଣ ପାଲଟିବାରେ ଲାଗିଛି ।

ସିଏସଇ ରିପୋର୍ଟରେ କୁହାଯାଇଛି ଯେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ଉପରେ ସବୁଠୁ ଅଧିକ ଖରାପ ପ୍ରଭାବ ପଡିଛି । ଏଠାରେ ଲୋକଙ୍କ ହାରାହାରି ବୟସ ୫ ବର୍ଷ ୨ ମାସ କମିଛି । ସହରରେ ବାସ କରୁଥିବା ଲୋକଙ୍କ ହାରାହାରି ବୟସ ୯ ମାସ ଅଧିକ ରହିଛି ।

{"id":798577,"sizeSlug":"full","linkDestination":"none"}

ସିଏସଇର ରିପୋର୍ଟ ଚାରି ମାନଦଣ୍ଡ ଜରିଆରେ ଧାର୍ଯ୍ୟ କରାଯାଇଛି । ପରିବେଶ, କୃଷି, ସ୍ୱାସ୍ଥ୍ୟ ଏବଂ ମୂଳ ଭିତ୍ତିଭୂମିକୁ ଏଥିରେ ସାମିଲ କରାଯାଇଥିଲା । ରିପୋର୍ଟରେ କୁହାଯାଇଛି ଯେ ୨୦୨୨ରେ ୩୬୫ ଦିନରୁ ୩୧୪ ଦିନ ପାଗ ଖରାପ ରହିଥିଲା । ଏହି ସମୟରେ ପ୍ରାୟ ୩,୦୨୬ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ପ୍ରାୟ ୧.୯ ହେକ୍ଟର ଫସଲ ନଷ୍ଟ ହୋଇଛି । ୨୦୨୨ରେ ପ୍ରଥମ ଭାଗରେ ଲୁ ସାଧାରଣ କଥା ଥିଲା । ଅନ୍ୟପଟେ, ୨୦୨୩ରେ କୁଆପଥର ମାଡ ସାଧାରଣ ହୋଇଛି ।  

ପ୍ଲାଷ୍ଟିକର ବ୍ୟବହାର ଯୋଗୁଁ ପରିବେଶ ଅଧିକ ବିଷାକ୍ତ ହୋଇଯାଇଛି । ସିଏସଇର ରିପୋର୍ଟ ଅନୁସାରେ ୨୦୨୨ ଜୁଲାଇରେ ଭାରତରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଉପରେ ରୋକ ଲଗା ଯାଇଥିଲା । କିନ୍ତୁ ଅନେକ ସ୍ଥାନରେ ଏବେ ବି ପ୍ଲାଷ୍ଟିକ୍ ବ୍ୟବାହାର ଖୁଲମଖୁଲା ହେଉଛି । ଯାହାର ସିଧା ପ୍ରଭାବ ଭାରତୀୟଙ୍କ ଜୀବନ ଉପରେ ପଡ଼ୁଛି ।

READ ALSO: ତୁମ୍‌ ମେରେ ଦିଲ୍‌ କେ ପାସ୍‌ ହୋ…, ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ଟ୍ରାକ୍‌ରୁ ମିଳିଲା ଲଭ ଲେଟର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.