Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସମ ହସ୍ପିଟାଲ ପକ୍ଷରୁ ସପ୍ତାହ ବ୍ୟାପୀ ବିଶ୍ୱ ପରିବେଶ ଦିବସ ପାଳିତ

6/06/2019 at 4:55 PM

ଭୁବନେଶ୍ବର ୬|୬: ଦିନକୁ ଦିନ ବାୟୁ ପ୍ରଦୂଷଣ ଉତ୍କଟ ହେବାରେ ଲାଗିଛି । ଏବେଠାରୁ ସଚେତନ ନହେଲେ ଆଗକୁ ଯେ ଏହା ଭୟଙ୍କର ରୂପ ନନେବ , ତାହା କହି ହେବ ନାହିଁ । ଏ ନେଇଁ ଲୋକଙ୍କୁ ସଚେତନ କରିବା ଦିଗରେ ଡାକ୍ତରଙ୍କ ର ମଧ୍ୟ ରହିଛି ଗୁରୁତ୍ବପୂର୍ଣ୍ଣ ଭୁମିକା । କାରଣ ଏଭଳି ଅନେକ ରୋଗ ରହିଛି ଯାହା ବାୟୁ ପ୍ରଦୁଷଣ ଯୋଗୁଁ ଅଧିକ ବଢିଥାଏ ତେଣୁ ଏନେଇ ସଚେତନ କରାଇବା ଲାଗି ସମ ହସପିଟାଲ ଓ ମେଡିକାଲ କଲେଜ ପକ୍ଷରୁ ପାଳିତ ହୋଇଛି  ସପ୍ତାହ ବ୍ୟାପୀ ବିଶ୍ବ ପରିବେଶ ଦିବସ ।

ଚଳିତ ବର୍ଷର ଥିମ ରହିଛି ବାୟୁ ପ୍ରଦୁଷଣକୁ ପ୍ରତିହତ କରିବା ।  ବିଶେଷ କରି ଆସ୍ଥମା ,ହାର୍ଟ ଭଳି ରୋଗ ବାୟୂ ପ୍ରଦୂଷଣ ଦ୍ବାରା ବଢୁଛି । ଏହା ସହ ବିଭିନ୍ନ ଚର୍ମ ରୋଗ ଠାରୁ ଆରମ୍ଭ କରି କ୍ୟାନସରକୁ ମଧ୍ୟ ବାୟୁ ପ୍ରଦୂଷଣ ବଢାଇବାରେ ସହାୟକ ହୋଇଥାଏ । ଛୋଟ ପିଲା, ବୟସ୍କ ଏବଂ ଗର୍ଭବତୀ ମହିଳା ମାନେ ମଧ୍ୟ ବାୟୁ ପ୍ରଦୁଷଣ ଦ୍ବାରା ଅଧିକ ପ୍ରଭାବିତ ହେଉଛନ୍ତି । ଡାକ୍ତରମାନେ ଏ ଦିଗରେ ରୋଗୀଙ୍କ କିଭଳି ଆହୁରି ଅଧିକ ସଟେତନ କରାଇପାରିବେ ଏ ନେଇ ଆଲୋଚନା ହୋଇଛି ।

ସପ୍ତାହ ବ୍ୟାପୀ ପାଳନ ହେଉଥିବା ଏହି କାର୍ଯ୍ୟକ୍ରମରେ ସମ ହସପିଟାଲର ଡାକ୍ତର ,କର୍ମଚାରୀ ଓ ଛାତ୍ର ଛାତ୍ରୀମାନେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ସହିତ, ସମସ୍ତଙ୍କୁ ସଚେତନ କରିବା ପାଇଁ ସୋସିଆଲ ମିଡିଆରେ ମଧ୍ୟ କ୍ୟାମ୍ପେନ କରୁଛନ୍ତି ।

ବିଶ୍ବ ପରିବେଶ ଦିବସ ଉପଲକ୍ଷେ ସମ ମେଡିକାଲ କଲେଜର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଇନଭାରୋମେଣ୍ଟାଲ ୱାର୍ଲଡ ଉପରେ ଏକ ସୁନ୍ଦର ନାଟକ ପରିବେଷିତ  ହୋଇଛି ।

   Related Posts