୨୦୨୩ରେ ବି ଆଣ୍ଠେଇବ ଅର୍ଥନୀତି, ଦରଦାମ ସହ ଉଚ୍ଚ ସୁଧହାରରେ ଜୁଝିବେ ଦେଶ: ଗବେଷଣା ରିପୋର୍ଟ
26/12/2022 at 12:18 PM

ନୂଆଦିଲ୍ଲୀ: ଅର୍ଥନୀତିକୁ ନେଇ ପୁଣି ଚିନ୍ତାଜନକ ସର୍ଭେ ରିପୋର୍ଟ ଆସିଛି। ୨୦୨୩ରେ ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରିବ। ଋଣରେ ସୁଧହାର ଆକାଶ ଛୁଆଁ ହେବ। ମୁଦ୍ରସ୍ଫୀତି ବୃଦ୍ଧି ପାଇବ। ବ୍ରିଟେନର ସେଣ୍ଟର ଫର ଇକୋନୋମିକ୍ସ ଆଣ୍ଡ ବିଜ୍ନେସ ରିସର୍ଚ(CEBR) ପକ୍ଷରୁ କରାଯାଇଥିବା ଗବେଷଣାରୁ ଏପରି ରିପୋର୍ଟ ପ୍ରକାଶ ପାଇଛି।
ରିପୋର୍ଟ ଅନୁସାରେ ୨୦୨୨ରେ ବିଶ୍ୱ ଅର୍ଥନୀତି ୧୦୦ ଟ୍ରିଲିୟନ ଆମେରିକୀୟ ଡଲାର ଯାଇଥିଲା। ହେଲେ ୨୦୨୩ରେ ଏହି ଗତିରେ ବ୍ରେକ୍ ଲାଗିବ। କାରଣ ବିଶ୍ୱକୁ ଦରଦାମ ବୃଦ୍ଧି ସହ ଜୁଝିବାକୁ ପଡ଼ିବ। ବ୍ରିଟେନର ବାର୍ଷିକ କାର୍ଯ୍ୟକ୍ରମ ୱାର୍ଲ୍ଡ ଇକୋନୋମିକ ଲିଗ୍ ଟେବଲରେ ସିଇବିଆର୍ ଏହି ରିପୋର୍ଟ ଦେଇଛି।
ସିଇବିଆର୍ ନିର୍ଦ୍ଦେଶକ ତଥା ମୁଖ୍ୟ ଡାନିଏନଲ ନ୍ୟୁଫେଲ୍ଡ କହିଛନ୍ତି” ଆସନ୍ତା ବର୍ଷ ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥା ଦେଖିପାରେ। କାରଣ ଦରଦାମ ବୃଦ୍ଧି ଯୋଗୁ ସୁଧହାର ବଢ଼ିବ।” ସେ ଆହୁରି ମଧ୍ୟ କହିଛନ୍ତି ” ମୁଦ୍ରାସ୍ଫୀତି ବିରୋଧରେ ଲଢ଼େଇ ଏବେ ବି ସରି ନାହିଁ। ଆଶା କରାଯାଉଛି ଯେ ଅର୍ଥନୀତିର ମୂଲ୍ୟ ବିପକ୍ଷରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ନିଜ ନୀତିରେ ସୁଦୃଢ଼ ରହିବେ। ଦରଦାମକୁ ନିୟନ୍ତ୍ରଣ ଆଣିବାକୁ କିଛି ବର୍ଷ ଲାଗିବ।”