ଭଦ୍ରକ ଆସିବ ବିଶ୍ୱ ପୁରୁଷ ହକି ବିଶ୍ୱକପ୍‌ ଟ୍ରଫି, ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ

Published By : Prameya-News7 Bureau | January 04, 2023 IST

ଭଦ୍ରକ ୦୪।୦୧ : ଭଦ୍ରକ ଆସିବ ବିଶ୍ୱ ପୁରୁଷ ହକି ବିଶ୍ୱକପ୍‌ ଟ୍ରଫି । ପରିକ୍ରମାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସିଧେଶ୍ୱର ବଳିରାମ ବନ୍ଦୋରଙ୍କ ସମେତ ଅତିରିକ୍ତ ଦୁଇ ଜିଲ୍ଲାପାଳ, ଜିଲ୍ଲା କ୍ରୀଡା ଅଧିକାରୀ ଓ ଜିଲ୍ଲା ସୂଚନା ଏବଂ ଲୋକସଂପର୍କ ଅଧିକାରୀ ଉପସ୍ଥିତ ରହିଥିଲେ ।

{"id":728809,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଏହି ବିଶ୍ୱ ପୁରୁଷ ହକି କପ ଟ୍ରଫିର ଆଗାମୀ ୮ ତାରିଖ ରାତିରେ ଭଦ୍ରକ ଜିଲ୍ଲାରେ ପହଞ୍ଚିବ । ପରଦିନ ଅର୍ଥାତ ୯ ତାରିଖ ସକାଳ ୬.୩୦ ରୁ ଏହି ଟ୍ରଫିକୁ ବାସୁଦେବପୁର ଅଭିମୁଖେ ନିଆଯିବ । ସେଠାରେ ଭବ୍ୟ ସ୍ୱାଗତ କରାଯିବା ସହ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ କରାଯିବ।  ସେଠାରେ କାର୍ଯ୍ୟକ୍ରମ ସରିବା ପରେ ଟ୍ରଫି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପହଞ୍ଚିବ ତାଙ୍କୁ କଲେଜର ପ୍ରିନ୍ସିପାଲ ଓ ଛାତ୍ର ଛାତ୍ରୀ ମାନେ ସ୍ୱାଗତ କରିବେ ।

{"id":728811,"sizeSlug":"full","linkDestination":"none"}

ପରେ ସହର ଦେଇ ଟ୍ରଫି ନେହେରୁ ଷ୍ଟାଡିୟମ ଠାରେ ପହଞ୍ଚିବ । ସେଠାରେ ବିଭିନ୍ନ ବର୍ଗର ଲୋକମାନେ ସ୍ୱାଗତ କରିବେ । ପରେ ଅପର୍ତ୍ତିବିନ୍ଧା ଛକ ଦେଇ ମହତାବ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପଥ ଉତ୍ସବ କରାଯିବ । ପରେ ଶେଷରେ ଭଣ୍ଡାରିପୋଖରୀ ବ୍ଲକରେ ସ୍ୱାଗତ କରାଯିବା ପରେ ଅନ୍ୟ ଜିଲ୍ଲାକୁ ପଠାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.