ବିଶ୍ବକପ୍ ମ୍ୟାଚ୍‌ରେ ବର୍ଷା ବାଧକ : ବାତିଲ ହେଲାଣି ୪ଟି ମ୍ୟାଚ୍, ଭାରତ-ପାକ୍ ହାଇଭୋଲଟେଜ୍ ମ୍ୟାଚ୍‌କୁ ନେଇ ଆଶଙ୍କା

Published By : Prameya-News7 Bureau | June 14, 2019 IST

ଲଣ୍ଡନ ୧୪|୬: ଆଇସିସି ବିଶ୍ବକପକୁ ଡରାଇଲାଣି ବର୍ଷା ଭୁତ। ଗୋଟିକ ପରେ ଗୋଟିଏ ଏମତି ୪ଟି ମ୍ୟାଚ ବର୍ଷା ଯୋଗୁ ଧୋଇଗଲାଣି। ଏହି ସଂଖ୍ୟା  ଆଗକୁ ମଧ୍ୟ ବଢିବାର ଆଶଙ୍କା ରହିଛି।  ବର୍ତ୍ତମାନ ସୁଦ୍ଧା ୧୮ଟି ମ୍ୟାଚରୁ ୪ଟି ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି।ତିନିଟି ମ୍ୟାଚ ବିନା ଟସରେ ବାତିଲ ହୋଇଛି। ପାକିସ୍ତାନ ଓ ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ଓ ଶ୍ରୀଲଙ୍କା  ମ୍ୟାଚ  ବର୍ଷା ଯୋଗୁ ଧୋଇଯିବାପରେ ଏହି କ୍ଲବରେ ସାମିଲ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ।

{"id":122768}

ଏବେ ନଜର  ଜୁନ ୧୬ରେ  ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ଭାରତ-ପାକ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ଉପରେ। ଏହି ହାଇଭୋଲଟେଜ୍ ମ୍ୟାଚରେ ମଧ୍ୟ ବର୍ଷାର ଆଶଙ୍କା ଦେଖାଦେଇଛି । ପାଣିପାଗ ବିଭାଗର କହିବା ଅନୁଯାୟୀ ରବିବାର ଦିନ ଟ୍ରାଫୋର୍ଡ(ମଞ୍ଚେଷ୍ଟାର)ରେ ବର୍ଷା ହେବାର ୬୦ ପ୍ରତିଶତ ସମ୍ଭାବନା ରହିଛି। ଯଦି ଏଭଳି ହୁଏ ଦୁଇ ଦଳର ଫ୍ୟାନ୍ସଙ୍କ ସମେତ ସାରା ବିଶ୍ୱର କ୍ରିକେଟପ୍ରେମୀ ନିରାଶ ହେବେ । ବିଶ୍ୱକପର ଏହି ହାଇଭୋଲଟେଜ୍ ମ୍ୟାଚର କ୍ରେଜ୍ ଏତେମାତ୍ରାରେ ଥିଲା ଯେ, ମାତ୍ର ୪୮ ଘଣ୍ଟା ମଧ୍ୟରେ ଏହି ମ୍ୟାଚର ସବୁ ଟିକେଟ ବିକ୍ରି ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.