ହକି ବିଶ୍ବକପ ପାଇଁ ଟାଇଟେଲ ଗୀତ କରିବେ ରେହେମାନ-ଗୁଲଜାର ଯୋଡି
21/09/2018 at 5:33 PM

ଭୁବନେଶ୍ବର୨୧|୯: ଭୁବନେଶ୍ବରରେ ହେବାକୁ ଥିବା ହକି ବିଶ୍ବକପ୍ ପାଇଁ ହୃଦସ୍ପନ୍ଦନ ବଢିବାରେ ଲାଗିଛି । ଏବେ ହୃଦୟର ସ୍ପନ୍ଦନକୁ ଆହୁରି ବଢାଇବା ପାଇଁ ଟାଇଟଲ ସଙ୍ଗ ନିର୍ମାଣ କରିବାକୁ ଗୁଲଜାର–ରେହମାନ ଯୋଡିକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଦାୟିତ୍ବ। ଉଦଘାଟନୀ ଉତ୍ସବରେ ଟାଇଟଲ ସଙ୍ଗରେ ପ୍ରଦର୍ଶନ କରିବେ ଏ ଆର ରେହମାନ।
ଜୟ ହୋ … ଏ ଆର ରେହମାନ ଏବଂ ଗୁଲଜାର ସାରା ବିଶ୍ବକୁ ଦୋହଲାଇଦେଇଥିଲା। ଆଉ ଏବେ ଓଡ଼ିଶାରୁ ପୁଣି ଶୁଭିବ ଜୟ ହୋ ଭଳି ଆଉ ଏକ ନାରା ହିନ୍ଦ୍ ହିନ୍ଦ୍,ଜୟ ଇଣ୍ଡିଆ। ଏହା ହେବ ଆଗାମୀ ହକି ବିଶ୍ବକପର ଟାଇଟଲ ସଙ୍ଗ। …..ମାଇଁ ହାର୍ଟ ବିଟସ ଫର ହକି ….ଏମିତି କିଛି ସ୍ଲୋଗାନ ହକି ପ୍ରେମିଙ୍କ ହାର୍ଟବିଟ ବଢାଉଥିବା ବେଳେ ରେହମାନ, ଗୁଲଜାର ଯୋଡ଼ି ହାର୍ଟ ବିଟକୁ ପୂରା ଧକ ଧକ କରିଦେବେ। କିଛି ଏମିତି ହେଇପାରେ।
ପୁରୁଷ ହକି ବିଶ୍ବକପ ୨୦୧୮ର ଚତୁର୍ଦ୍ଦଶ ସଂସ୍କରଣ ପାଇଁ ଏକାଠି ହେବେ ଓସ୍କାର ଓ ଗ୍ରାମି ଆୱାର୍ଡ ବିଜେତା ଏ ଆର ରେହମାନ –ଗୁଲଜାର ଯୋଡି। ଅଫିସିଆଲ ଟାଇଟଲ ସଙ୍ଗରେ ଗୁଲଜାର –ରେହମାନ ଯୋଡି ଦେଖାଇବେ ମ୍ୟାଜିକ୍ । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଉଦଘାଟନୀ ଉତ୍ସବରେ ଟାଇଟଲ ସଙ୍ଗରେ ପ୍ରଦର୍ଶନ କରିବେ ରେହମାନ। ଓଡିଶାରେ ଏହା ହେବ ରେହମାନଙ୍କ ପ୍ରଥମ ସୋ।