ବିଶ୍ୱକପ୍ କ୍ରିକେଟ୍ ଫାଇନାଲ୍, ଟ୍ରଫି ବିଜୟ ଲାଗି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା
19/11/2023 at 2:11 PM

ପୁରୀ ୧୯।୧୧ : ସୁପର ସଣ୍ଡେରେ ସୁପର ଫାଇଟ୍ । ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ୍ କ୍ରିକେଟ ଫାଇନାଲ ମ୍ୟାଚ। ଏଥିପାଇଁ ସମସ୍ତେ ବେଶ୍ ଉତ୍ସାହିତ ଥିବା ବେଳେ ଭାରତ ଏହି ବିଶ୍ବକପ୍ ହାତେଇବ ବୋଲି ଆଶା ଓ ବିଶ୍ବାସ ରଖିଛନ୍ତି।
ତେବେ ଶ୍ରୀମନ୍ଦିର ସେବାୟତ, ଭକ୍ତ, ଏବଂ କ୍ରିକେଟ ପ୍ରେମୀ ମାନେ ଭାରତ ବିଶ୍ବକପ୍ ବିଜୟ କରୁ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏଭଳିକି ସୁଦୂର ଇଂଲଣ୍ଡରୁ ପୁରୀ ବୁଲିବାକୁ ଆସିଥିବା ବିଦେଶୀ ପର୍ଯ୍ୟଟକ ମଧ୍ୟ ଭାରତର ଗୁଡ୍ ଲକ୍ କାମନା କରିଛନ୍ତି। ବ୍ୟାଟିଂ, ବୋଲିଂ, ଫିଲ୍ଡିଂ ରେ ଭାରତ ଦମଦାର ଖେଳ ପ୍ରଦର୍ଶନ କରୁଥିବା ବେଳେ ପୁଣିଥରେ ବିଶ୍ବକପ୍ କ୍ରିକେଟ ଫାଇନାଲ ମ୍ୟାଚ ଜିତି ରୋହିତ୍ ବାହିନୀ ଭାରତର ନାଁ ରଖିବ ବୋଲି ସଭିଏଁ ଆଶା ରଖିଛନ୍ତି। ଆୟୁର୍ବେଦିକ୍ କଲେଜର ଛାତ୍ରଛାତ୍ରୀ ମାନେ ସିଂହଦ୍ଵାର ସମ୍ମୁଖରେ ଦୀପଦାନ କରିବା ସହ ଭାରତୀୟ ଖେଳାଳିଙ୍କ ଶୁଭକାମନା କରିଛନ୍ତି। ୨୦୨୩ ବିଶ୍ବକପ୍ ଜିତି ଭାରତ ଇତିହାସ ରଚିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ।