Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଧୋନୀଙ୍କ ଗ୍ଲୋଭ୍ସରେ ଦେଖିବାକୁ ମିଳିଲା ଏହି ଚିହ୍ନ : ଅନ୍ୟ କୌଣସି କ୍ରିକେଟ ଖେଳାଳିଙ୍କ ପାଖରେ ଦମ ନାହିଁ ଏହି ଚିହ୍ନ ବ୍ୟବହାର କରିବାର

6/06/2019 at 3:43 PM

ସାଉଥେମ୍ପଟନରେ ଟିମ ଇଣ୍ଡିଆ ଶାନଦାର ଜିତ ହାସଲ କରିଛି । କ୍ରିକେଟ ମହାକୁମ୍ଭରେ ଲଗାତାର ପରାଜୟର ସାମ୍ନା କରିଥିବା ସାଉଥ ଆଫ୍ରିକା ଟିମକୁ ବିରାଟ ବ୍ରିଗେଡ ମଧ୍ୟ ମାତ ଦେଇଛି । ବୁଧବାର ଦିନ ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏଥିରେ ଭାରତ ୬ ୱିକେଟରେ ବିଜୟ ହାସଲ କରିଥିଲା ।

ମ୍ୟାଚରେ ରୋହିତ ଶର୍ମା ୧୨୨ ରନ କରିଥିବାବେଳେ ୟୁଜବେନ୍ଦ୍ର ଚହଲ ୫୧ ରନରେ ୪ ୱିକେଟ ନେଇଥିଲେ । ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଧୋନୀଙ୍କ ଗ୍ଲୋଭ୍ସ । ତାଙ୍କ ଗ୍ଲୋଭ୍ସରେ ଏକ ନିଆରା ଚିହ୍ନ ଦେଖିବାକୁ ମିଳିଥିଲା । ଏହି ଚିହ୍ନ ସମସ୍ତେ ବ୍ୟବହାର କରିପାରିବେ ନାହିଁ । ଏହି ଚିହ୍ନ ବା ବ୍ୟାଚ ଭାରତୀୟ ପାରା କମାଣ୍ଡୋ ବାହିନୀ ବ୍ୟବହାର କରିଥାନ୍ତି । ଏହି ବ୍ୟାଚକୁ ବଳିଦାନ ବ୍ୟାଚ ବୋଲି କୁହାଯାଏ ।

ବଳିଦାନ ବ୍ୟାଚ କ’ଣ ?

ପାରାଶୁଟ୍ ରେଜିମେଣ୍ଟର ବିଶେଷବଳଙ୍କ ଅଲଗା ବ୍ୟାଚ ବା ଚିହ୍ନ ରହିଥାଏ । ଏହି ବ୍ୟାଚକୁ ବଳିଦାନ ବ୍ୟାଚ ବୋଲି କୁହାଯାଏ । ଏହି ବ୍ୟାଚରେ ବଳିଦାନ ଶବ୍ଦକୁ ଦେବନାଗରୀ ଲିପିରେ ଲେଖାଯାଇଛି । ଏହି ବ୍ୟାଚ ରୂପାରେ ତିଆରି । ବ୍ୟାଚର ଉପର ଭାଗରେ ଲାଲ ପ୍ଲାଷ୍ଟିକର ଏକ ଆବରଣ ଥାଏ । ଏହି ବ୍ୟାଚ କେବଳ ପାରା କମାଣ୍ଡୋ ବ୍ୟବହାର କରିଥାନ୍ତି ।

ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ୨୦୧୧ ମସିହାରେ ତାଙ୍କ ପ୍ରତିଷ୍ଠା ପାଇଁ ପ୍ରାଦେଶିକ ସେନା ମାନଦ ଲେଫ୍ଟେନେଣ୍ଟ କର୍ଣ୍ଣଲ ରେଙ୍କ ଦିଆଯାଇଥିଲା । ଏହି ସମ୍ମାନ ପାଇବାରେ ଧୋନୀ ଦ୍ୱିତୀୟ କ୍ରିକେଟ ଖେଳାଳି । ତାଙ୍କ ପୂର୍ବରୁ କପିଳ ଦେବଙ୍କୁ ଏହି ସମ୍ମାନ ଦିଆଯାଇଥିଲା । ଧୋନୀ ପାରା ବେଶିକ କୋର୍ସ କରିଛନ୍ତି । ସେ ପାରା ଟପ୍ପର ୱିଙ୍ଗ୍ ପିନ୍ଧନ୍ତି । ଧୋନୀ ପ୍ରାଦେଶିକ ସେନାର ୧୦୬ ପାରାଶୁଟ୍ ରେଜିମେଣ୍ଟରେ ମାନଦ ଲେଫ୍ଟେନେଣ୍ଟ କର୍ଣ୍ଣଲଙ୍କ ଭାବେ ନିଜ ରେଙ୍କ ସାବ୍ୟସ୍ତ କରି ଦେଖାଇଥିଲେ ।

୨୦୧୫ ମସିହା ଅଗଷ୍ଟରେ ଧୋନୀ ପାରା ପ୍ରଶିକ୍ଷଣରେ ଟପ୍ପର ହୋଇଥିଲେ । ଆଗ୍ରାର ପାରା ଟପ୍ପର ଟ୍ରେନିଂ ସ୍କୁଲରେ ଭାରତୀୟ ବାୟୁସେନାର ଏଏନ-୩୨ ବିମାନରୁ ୫ମ ଥର ଡେଇଁବା ପରେ ତାଙ୍କୁ ପ୍ରତିଷ୍ଠିତ ପାରା ୱିଙ୍ଗ ପ୍ରତୀକ ଚିହ୍ନ ଲଗାଇବାର ଅଧିକାର ପ୍ରାପ୍ତ ହୋଇଥିଲା ।  ଧୋନୀ ୧୨୫୦ ଫୁଟ୍ ଉଚ୍ଚରୁ ଡେଇଁଥିଲେ । ଗୋଟିଏ ମିନିଟରୁ କମ ସମୟ ମଧ୍ୟରେ ମାଲପୁରା ଡ୍ରପିଙ୍ଗ ଜୋନ୍ ନିକଟରେ ସଫଳତାପୂର୍ବକ ଅବତରଣ କରିଥିଲେ ।

୨୦୧୧ ମସିହା ନଭେମ୍ବରରେ ଧୋନୀଙ୍କୁ ପ୍ରାଦେଶିକ ସେନାରେ ଲେଫ୍ଟେନେଣ୍ଟ କର୍ଣ୍ଣଲ ମାନଦ ରେଙ୍କରେ ସମ୍ମାନିତ କରାଯାଇଥିଲା । ସେତେବେଳେ ସେ କହିଥିଲେ ଯେ, ସେ ସେନା ଅଧିକାରୀ ହେବାକୁ ଚାହୁଁଛନ୍ତି । କିନ୍ତୁ ଭାଗ୍ୟ ତାଙ୍କୁ କ୍ରିକେଟ ଖେଳାଳି କରିଥିଲେ ।

   Related Posts