ନୂଆଦିଲ୍ଲୀ: ଭାରତ ଓ ଦ.ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ସିମୀତ ଓଭର ସିରିଜ ପାଇଁ ଅଧିକାଂଶ ଭାରତୀୟ ଖେଳାଳି ବୁଧବାର ସାଉଥ୍ ଆଫ୍ରିକା ପହଞ୍ଚିଥିଲେ । ଅନ୍ୟପଟେ ଷ୍ଟାର ଖେଳାଳି ରବିନ୍ଦ୍ର ଜାଡେଜା ଓ ଶୁଭମନ ଗିଲ୍ ଏବେ ବି ଟିମ୍ରେ ଯୋଗ ଦେଇ ନାହାନ୍ତି । ସେହିପରି ଦୀପକ ଚହର ନିଜ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଏବେ ବି ଭାରତରେ ଅଛନ୍ତି । ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା କୁହାଯାଉଛି । ତେଣୁ ଦୀପକ ଚହରଙ୍କ ଦକ୍ଷିଣ ଆଫ୍ରିକା ଗସ୍ତ ଏବେ ବି ଅସ୍ପଷ୍ଟ ରହିଛି ।
ବିଶ୍ୱକପ୍ ଟିମ୍ର ସଦସ୍ୟ ଥିବା ରବିନ୍ଦ୍ର ଜାଡେଜା ଓ ଶୁଭମନ ଗିଲ୍ ନଭେମ୍ୱର ୧୯ରୁ ଛୁଟିରେ ଅଛନ୍ତି । ଜାଡେଜା ନିଜ ପରିବାର ସହ ୟୁରୋପରେ ଛୁଟି ବିତାଉଥିବା ବେଳେ ଗିଲ୍ ୟୁକେରେ ନିଜ ଛୁଟି କାଟୁଛନ୍ତି । ଉଭୟ ଖେଳାଳି ଡର୍ବନରେ ଟିମ୍ ଇଣ୍ଡିଆରେ ଯୋଗ ଦେବେ । ଡର୍ବନଠାରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ । ଅନ୍ୟପଟେ ସୂତ୍ର ଅନୁସାରେ ଦୀପକ ଚହର ମଧ୍ୟ ଖୁବଶୀଘ୍ର ଟିମରେ ଯୋଗ ଦେବେ ବୋଲି ଜଣାପଡିଛି । ଯହି ଏହା ସମ୍ଭବ ନହୁଏ ତେବେ ବିସିସିଆଇ ବିକଳ୍ପ ଖେଳାଳି ଚୟନ କରି ରଖିଛି ।
ଭାରତ ଏହି ଗସ୍ତରେ ତିନୋଟି ଟି-୨୦, ତିନୋଟି ଦିନିକିଆ ଓ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଏହି ଟେଷ୍ଟ ମ୍ୟାଚ୍ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଅନ୍ତର୍ଗତରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ଡିସେମ୍ବର ୨୬ରୁ ସେଞ୍ଚୁରିୟନରେ ଖେଳାଯିବ। ଏହି ଟେଷ୍ଟ ସିରିଜ୍ ଘରୋଇ ଦଳ ଦକ୍ଷିଣ ଆଫ୍ରିକା ପାଇଁ ଡବ୍ଲ୍ୟୁଟିସିର ପ୍ରଥମ ସିରିଜ୍ ହେବ।
ଟି-୨୦ ସିରିଜ୍
ଡିସେମ୍ବର ୧୦- ଦକ୍ଷିଣ ଆଫ୍ରିକା ବନାମ ଭାରତ, ପ୍ରଥମ ଟି-୨୦ ମ୍ୟାଚ୍ (ଡର୍ବାନ)
ଡିସେମ୍ବର-୧୨- ଦକ୍ଷିଣ ଆଫ୍ରିକା ବନାମ ଭାରତ, ଦ୍ୱିତୀୟ ଟି-୨୦ ମ୍ୟାଚ୍ (ସେଣ୍ଟ ଜର୍ଜ ପାର୍କ)
ଡିସେମ୍ବର-୧୪- ଦକ୍ଷିଣ ଆଫ୍ରିକା ବନାମ ଭାରତ, ତୃତୀୟ ଟି-୨୦ ମ୍ୟାଚ୍(ଜୋହାନର୍ସବର୍ଗ)
ଦିନିକିଆ ସିରିଜ୍
ଡିସେମ୍ବର -୧୭- ଦକ୍ଷିଣ ଆଫ୍ରିକା ବନାମ ଭାରତ, ପ୍ରଥମ ଦିନିକିଆ ମ୍ୟାଚ୍ ( ଜୋହାନର୍ସବର୍ଗ)
ଡିସେମ୍ବର-୧୯- ଦକ୍ଷିଣ ଆଫ୍ରିକା ବନାମ ଭାରତ, ଦ୍ୱିତୀୟ ଦିନିକିଆ ମ୍ୟାଚ୍(ସେଣ୍ଟ ଜର୍ଜ ପାର୍କ)
ଡିସେମ୍ବର-୨୧- ଦକ୍ଷିଣ ଆଫ୍ରିକା ବନାମ ଭାରତ, ତୃତୀୟ ଦିନିକିଆ ମ୍ୟାଚ୍ ( ପାର୍ଲ)
ଟେଷ୍ଟ ସିରିଜ୍
ଡିସେମ୍ବର ୨୧ରୁ ୩୦- ଦକ୍ଷିଣ ଆଫ୍ରିକା ବନାମ ଭାରତ, ପ୍ରଥମ ଟେଷ୍ଟ (ସେଞ୍ଚୁରିଆନ୍)
ଜାନୁଆରୀ ୦୩ରୁ ୦୭- ଦକ୍ଷିଣ ଆଫ୍ରିକା ବନାମ ଭାରତ, ଦ୍ୱିତୀୟ ଟେଷ୍ଟ (କେପ୍ ଟାଉନ୍)
Also Read: ଦକ୍ଷିଣ ଆଫ୍ରିକାରେ ଭାରତୀୟ ଟିମ୍, ୧୦ରେ ଖେଳାଯିବ ପ୍ରଥମ ଟି-୨୦ ମ୍ୟାଚ୍