ଆଉ ମାତ୍ର ଗୋଟିଏ କ୍ୟାଚ୍‌! ଏଇ ବିଶ୍ୱକପ୍‌ରେ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବେ କୋହଲି

Published By : Prameya-News7 Bureau | October 07, 2023 IST

ନୂଆଦିଲ୍ଲୀ, ୭/୧୦: କ୍ୟାରିୟରର ଚତୁର୍ଥ ଦିନିକିଆ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି ଭାରତୀୟ ଷ୍ଟାର୍ ବିରାଟ କୋହଲି। ୨୦୧୧ରେ ସେ ପ୍ରଥମଥର ପାଇଁ ବିଶ୍ୱକପ୍‌ ଖେଳିଥିଲେ। ଧୋନୀ ନେତୃତ୍ୱାଧୀନ ଟିମ୍‌ରେ ଥିଲେ କୋହଲି। ଏହି ବର୍ଷ ଭାରତ ବିଶ୍ୱକପ୍‌ ବିଜେତା ହୋଇଥିଲା। ଏହାପରେ ସେ ୨୦୧୫ ଓ ୨୦୧୯ ବିଶ୍ୱକପ୍‌ ଖେଳିଥିବା ବେଳେ ଏବେ ୨୦୨୩-ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। ଚଳିତ ବିଶ୍ୱକପ୍‌ରେ ଭେଟେରାନ୍‌ କ୍ରିକେଟର ଅନୀଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବେ ବିରାଟ।

ଆରମ୍ଭ ହୋଇଛି କ୍ରିକେଟ୍‌ ମହାସମର। ଆସନ୍ତା ୮ ତାରିଖ (ରବିବାର) ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ତେବେ ସମସ୍ତଙ୍କ ନଜର ବିରାଟଙ୍କ ଉପରେ ରହିଛି। କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବା ପାଇଁ ବିରାଟଙ୍କ ପାଖରେ ରହିଛି ବଡ଼ ସୁଯୋଗ।

ବିଶ୍ୱକପ୍‌ରେ ଭାରତ ପାଇଁ ସର୍ବାଧିକ କ୍ୟାଚ୍‌ ଧରିବାର ସମାନ ରେକର୍ଡ କୋହଲି ଓ କୁମ୍ବଲେଙ୍କ ନାଁରେ ରହିଛି। ଉଭୟେ ବିଶ୍ୱକପ୍‌ରେ ଭାରତ ପାଇଁ ୧୪ଟି ଲେଖାଏଁ କ୍ୟାଚ୍‌ ଧରିଛନ୍ତି। ସବୁଠୁ ବଡ଼ କଥା ହେଲା କୋହଲି ୨୬ ଟି ମ୍ୟାଚ୍‌ ଖେଳି ୧୪ଟି କ୍ୟାଚ ଧରିଥିବାବେଳେ କୁମ୍ବଲେ ମାତ୍ର ୧୮ଟି ମ୍ୟାଚ୍‌ ଖେଳି ଏହି ରେକର୍ଡ କରିଛନ୍ତି।

wp:html /wp:html

ଭାରତର ପ୍ରଫରମାନ୍ସ ଏବେ ଭଲ ରହିଛି। ପୂର୍ବ ମ୍ୟାଚ୍‌କୁ ଅନୁଧ୍ୟାନ କରାଗଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରୁଛି ଭାରତ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ବିରାଟ ଭାଙ୍ଗିବା ନେଇ କ୍ରୀଡାପ୍ରେମୀ ଆଶାବାଦୀ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.