ରେକର୍ଡ କଲା ଡିଜନି, ସେମିଫାଇନାଲ୍ ମ୍ୟାଚ୍ ଦେଖିଲେ ୫୩ ନିୟୁତ ଦର୍ଶକ
16/11/2023 at 11:25 AM

ମୁମ୍ବାଇ ୧୬।୧୧: ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ୍ ଫାଇନାଲ୍ରେ ଭାରତ । ସେମିଫାଇନାଲ୍ରେ ଦେଖିବାକୁ ମିଳିଥିଲା କ୍ରିକେଟରଙ୍କ ଦମ୍ଦାର୍ କ୍ରେଜ୍ । ଗୋଟିଏ ପଟେ ବିରାଟ କୋହଲି ଏବଂ ମହମ୍ମଦ ଶାମି ମୁମ୍ବାଇର ଐତିହାସିକ ଓ୍ବାଙ୍ଖଡେ ଷ୍ଟାଡିୟମ୍ରେ କରିଛନ୍ତି ଅନେକ ରେକର୍ଡ । ଖେଳାଳୀଙ୍କ ସହିତ ଡିଜନି ହଟ୍ଷ୍ଚାର ମଧ୍ୟ କରିଛି ନୂଆ ରେକର୍ଡ ।

କେବଳ ଏତିକି ନୁହେଁ ଯେପରି ବିରାଟ, ଶ୍ରେୟସ୍ ଏବଂ ମିଚେଲ ପଡିଆରେ ଚଉକା ଛକା କରୁଥିଲେ, ସେପରି ଡିଜନି ହଟ୍ଷ୍ଟାର ଉପରେ ମଧ୍ୟ ହେଉଥିଲା ଟଙ୍କା ବର୍ଷା । ମ୍ୟାଚରେ ହୋଇଥିବା ରେକର୍ଡ ଯୋଗୁଁ ଡିଜନି ହଟ୍ଷ୍ଟାର ୪୧ ହଜାର କୋଟି ଟଙ୍କା ଲାଭ କରିଛି ।

୧୫ ନଭେମ୍ବରରେ ଡିଜନି+ହଟଷ୍ଟାର ଦର୍ଶକଙ୍କ ପାଇଁ ଏକ ଗ୍ଲୋବାଲ୍ ଲାଇଭ୍ ଲଗାଇଥିଲା । ଏହାର ୧୦ଦିନ ପୂର୍ବରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚରେ ମଧ୍ୟ ଏପରି ଏକ ରେକର୍ଡ କରାଯାଇଥିଲା । ଉଭୟ ମ୍ୟାଚ୍ରେ ଗୋଟିଏ କଥା ଥିଲା ସମାନ । ତାହା ହେଉଛି କୋହଲିଙ୍କ ଶତକ ।

ନଭେମ୍ବର ୨ରେ କୋଲକାତାର ଇଡେନ୍ ଗାର୍ଡେନ୍ରେ ଖେଳା ଯାଇଥିବା ଲିଗ୍ ମ୍ୟାଚରେ ବିରାଟ କୋହଲି ଲଗାଇଥିଲେ ଶତକ । ଏହି ମ୍ୟାଚ୍ରେ ହିଁ ODI ୪୯ ଶତକ ଲଗାଇ ମାଷ୍ଟର ବ୍ଲାଷ୍ଟରଙ୍କର ହୋଇଥିଲେ ସମକକ୍ଷ । ଆଉ ନଭେମ୍ବର ୧୫ ବୁଧବାର ଦିନ ଓ୍ବାଙ୍ଖଡେ ଷ୍ଟାଡିୟମ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଲଗାଇଛନ୍ତି ନିଜର ୫୦ତମ ଶତକ ।

ରିପୋର୍ଟ ଅନୁଯାୟୀ ଡିଜନି +ହଟଷ୍ଟାରରେ ମ୍ୟାଚ୍ ଦେଖୁଥିବା ଲୋକଙ୍କ ସଂଖ୍ୟା ୫୩ ନିୟୁତ ଅର୍ଥାତ୍ ୫.୩ କୋଟିରେ ପହଞ୍ଚିଛି । ନଭେମ୍ବର ୫ରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ସମୟରେ ଏହି ସଂଖ୍ୟା ୪.୪ କୋଟି ଥିଲା। ଏହାପୂର୍ବରୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଲିଗ୍ ମ୍ୟାଚରେ ସୃଷ୍ଟି ହୋଇଥିଲା ନୂଆ ରେକର୍ଡ ।

ସେତେବେଳେ ଭାଙ୍ଗିଥିଲା ଫିଫା ବିଶ୍ୱକପ ଫାଇନାଲର ରେକର୍ଡ । ତେବେ ଗତ ଏକ ମାସ ଧରି ଡିଜନି+ହଟଷ୍ଟାର ଲଗାତାର ରେକର୍ଡ ଭାଙ୍ଗୁଛି । ଡିଜନି + ହଟଷ୍ଟାରର ମାର୍କେଟ ବୃଦ୍ଧି ଯୋଗୁଁ କମ୍ପାନୀ ୪୧ ହଜାର କୋଟି ଟଙ୍କାର ଲାଭ ହୋଇଛି ।
You Can Read: