ବିଶ୍ଵକପ୍ ଟ୍ରଫି ସହ ନଜର ଆସିଲେ କିଙ୍ଗ୍ ଖାନ୍, ICC ସେୟାର କଲା ସ୍ପେଶାଲ ପୋଷ୍ଟ
20/07/2023 at 12:12 PM

ମୁମ୍ଵାଇ ୨୦।୦୭: କ୍ରିକେଟ୍ ଏବଂ ବଲିଉଡ ମଧ୍ୟରେ ସବୁବେଳେ କିଛି ନା କିଛି ସମ୍ପର୍କ ରହିଆସିଛି । ଉଭୟଙ୍କ ଏହି ସମ୍ପର୍କ ସବୁବେଳେ ପ୍ରଶଂସକଙ୍କ ଉତ୍ସାହକୁ ବଢାଇ ଦେଇଥାଏ। ଏଥର ODI ବିଶ୍ୱକପ ୨୦୨୩ ଭାରତ ଦ୍ୱାରା ଆୟୋଜିତ ହେବ । ଏହାପୂର୍ବରୁ ବଲିଉଡର ସୁପରଷ୍ଟାର ଶାହରୁଖ ଖାନ ୱାଲ୍ଡ ଟ୍ରଫି ସହ ନଜର ଆସିଥିଲେ। ସୋସିଆଲ ମିଡିଆରେ ଶାହାରୁଖଙ୍କ ଏହି ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି।
ବୁଧବାର ରାତିରେ ଅର୍ଥାତ୍ ୧୯ ତାରିଖରେ ଆଇସିସିର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଶାହରୁଖ ଖାନଙ୍କ ୱାଲ୍ଡକପ୍ ଟ୍ରଫି ସହିତ ଏକ ଫଟୋ ସେୟାର କରାଯାଇଥିଲା। ଫଟୋରେ ଶାହରୁଖ ଟ୍ରଫିକୁ ଅତି ସୁନ୍ଦର ଭାବରେ ଦେଖୁଥିବାର ନଜର ଆସିଛନ୍ତି। ଏହା ସହିତ କ୍ୟାପସନରେ ଲେଖାହୋଇଥିଲା, “ଏହା ଏଠାରେ ଅଛି …” ଏଥର ଟିମ୍ ଇଣ୍ଡିଆ ୧୯୮୩ ଏବଂ ୨୦୧୧ ପରେ ତୃତୀୟ ODI ୱାର୍ଲ୍ଡକପ୍ ଟାଇଟଲ୍ ଜିତିବାକୁ ଚାହୁଁଛି । ଏହି ଫଟୋ ଉପରେ କମେଣ୍ଟ ଦେଇ ୟୁଜର୍ସ ଲେଖିଛନ୍ତି, ଯଦି ଶାହରୁଖ ଖାନ ୨୦୨୩ରେ କମ୍ବ୍ୟାକ୍ କରିପାରନ୍ତି। ତେବେ ଆମର କିଙ୍ଗ ଏବଂ ଟିମ୍ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରି ବିଶ୍ୱକପ ଜିତି ପାରେ। ସେହିଭଳି, ଲୋକମାନେ ଏହି ପୋଷ୍ଟରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।
ଏହି ମେଗା ଟୁର୍ନାମେଣ୍ଟ ଅକ୍ଟୋବର ୫ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଏବଂ ରନର୍ ଅପ୍ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଅନ୍ତିମ ମ୍ୟାଚ୍ ୧୯ ନଭେମ୍ବରରେ ଖେଳାଯିବ। ଶେଷ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମଧ୍ୟ ଅନୁଷ୍ଠିତ ହେବ। ବିଶ୍ୱକପ୍ରେ ମୋଟ ୧୦ଟି ଦଳ ଅଂଶଗ୍ରହଣ କରିବେ । ଟୁର୍ନାମେଣ୍ଟ ମୋଟ ୧୦ ଟି ସ୍ଥାନରେ ଖେଳାଯିବ। ୧୦ ଟି ସ୍ଥାନରେ ଅହମ୍ମଦାବାଦ, ଚେନ୍ନାଇ, ବାଙ୍ଗାଲୋର, ଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଏବଂ ପୁଣେ ସହର ସାମିଲ ହୋଇଛି ।
ଗୁଆହାଟି ଏବଂ ଥିରୁବନନ୍ତପୁରମ୍ ସହିତ ହାଇଦ୍ରାବାଦରେ ପ୍ରାଟିକ୍ସ ମ୍ୟାଚ୍ ଖେଳାଯିବ । ମେଗା ଇଭେଣ୍ଟରେ ମୋଟ ୪୮ ଟି ମ୍ୟାଚ୍ ହେବ। ଯାହା ୪୬ ଦିନ ମଧ୍ୟରେ ଖେଳାଯିବ । ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ ୮ ଅକ୍ଟୋବରରେ ଚେନ୍ନାଇରେ ଖେଳିବ। ଅକ୍ଟୋବର ୧୫ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ୱକପରେ ଭାରତ-ପାକିସ୍ତାନର ମହାମୁକାବିଲା ଦେଖିବାକୁ ମିଳିବ।