scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟସ୍ ହାରିବା ସହ ପାକିସ୍ତାନର ଖେଳ ଶେଷ ! ଏହି ୫ ସମୀକରଣ ଉପରେ ବିଶ୍ୱାସ କରିବା ବି ମୁର୍ଖାମୀ

11/11/2023 at 3:12 PM

ନୂଆଦିଲ୍ଲୀ: ଶେଷରେ ସେୟା ହେଲା ଯାହା ଅନୁମାନ କରାଯାଉଥିଲା । ମ୍ୟାଚ୍‌ରେ ଗୋଟିଏ ବଲ୍ ନପକାଇ ପାକିସ୍ତାନ ୱାର୍ଲଡ୍ କପରୁ ବାହାର ହୋଇଯାଇଛି ! ପାକିସ୍ତାନ ଶନିବାର ଇଡନ୍ ଗାର୍ଡେନ ଷ୍ଟାଡିୟମରେ ସେମିଫାଇନାଲ୍ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିବା ମ୍ୟାଚ୍ ଖେଳୁଛି । ଏହି ମ୍ୟାଚ୍‌ରେ ବାବର ଆଜାମ ଟସ୍ ହାରିବା ସହ ପାକିସ୍ତାନର ସେମିଫାଇନାଲ୍ ସ୍ୱପ୍ନ ବି ଭାଙ୍ଗି ଯାଇଛି ! ତେବେ ପାକିସ୍ତାନୀ ବୋଲର ଯଦି ଇଂଲଣ୍ଡକୁ ୧୦୦ ରନରେ ଆଉଟ୍ କରନ୍ତି ଓ ୧୭ ବଲରେ ଲକ୍ଷ୍ୟ ହାସଲ କରନ୍ତି ତେବେ ନ୍ୟୁଜିଲାଣ୍ଡଠାରୁ ତାର ରନ୍‌ ରେଟ୍ ଭଲ ହୋଇପାରେ । ଯାହା ପ୍ରାୟତଃ ଅସମ୍ଭବ ।

ଇଂଲଣ୍ଡକୁ ୫୦ ରନରେ ସୀମିତ କରି ୨ ଓଭରରେ ଲକ୍ଷ୍ୟ ହାସଲ

ଇଂଲଣ୍ଡକୁ ୧୦୦ ରନରେ ସୀମିତ କରି ୨.୫ ଓଭରରେ ଲକ୍ଷ୍ୟ ହାସଲ

ଇଂଲଣ୍ଡକୁ ୧୫୦ ରନରେ ସୀମିତ କରି ୩.୪ ଓଭରରେ ଲକ୍ଷ୍ୟ ହାସଲ

ଇଂଲଣ୍ଡକୁ ୨୦୦ ରନରେ ସୀମିତ କରି ୪.୩ ଓଭରରେ ଲକ୍ଷ୍ୟ ହାସଲ

ଇଂଲଣ୍ଡକୁ ୩୦୦ ରନରେ ସୀମିତ କରି ୬.୧ ଓଭରରେ ଲକ୍ଷ୍ୟ ହାସଲ

ନିଜ ସପକ୍ଷରେ ଟସ୍ ନଯିବା ପରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ମୁହଁ ସୁଖି ଯାଇଥିଲା । ବାବର ଜାଣିଥିଲେ ସେ ଟସ୍ ହାରିବା ସହ ସେମିଫାଇନାଲରେ ପହଞ୍ଚିବା ଶେଷ ଆଶା ମଧ୍ୟ ହରାଇଥିଲେ । ପ୍ରଥମେ ବ୍ୟାଟିଂ କରି ଯଦି ଇଂଲଣ୍ଡକୁ ୨୮୭ ରନର ବିଶାଳ ସ୍କୋର ବ୍ୟବଧାନରେ ହରାଇ ପାରିଥାନ୍ତା ତେବେ ନ୍ୟୁଜିଲାଣ୍ଡର ନେଟ୍ ରନ୍ ରେଟକୁ ଟପି ପାରିଥାନ୍ତା ।

ଇଂଲଣ୍ଡ ଓ ପାକିସ୍ତାନ ପାଇଁ ଏହା ବିଶ୍ୱକପର ଶେଷ ମୁକାବିଲା । ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ସେମିଫାଇନାଲ ଦୌଡରୁ ପୂର୍ବରୁ ବାହାର ହୋଇସାରିଛି । କିନ୍ତୁ ୨୦୨୫ ଚାମ୍ପିୟନ ଟ୍ରଫି କ୍ୱାଲିଫାଏ ଲାଗି ଶୀର୍ଷ ୮ରେ ରହିବା ପାଇଁ ଟିମ୍ ଲକ୍ଷ୍ୟ ରଖିଛି । ଏଥିପାଇଁ ବାଂଲାଦେଶ, ଶ୍ରୀଲଙ୍କା, ନେଦରଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ରହିଛି ।

Also Read: ପିଚ୍‌ରେ ନମାଜ, ଫିଲିସ୍ତିନୀକୁ ଶତକ ସମର୍ପଣ, ହୋଟେଲ୍‌ରେ ବିରିୟାନୀ…ବିଶ୍ୱକପ୍‌ରେ ଖେଳଠୁ ଅଧିକ ବିବାଦରେ ରହିଛି ପାକିସ୍ତାନୀ ଟିମ୍

   Related Posts