କ୍ରିକେଟ୍ ବିଶ୍ବକପ୍ ୨୦୧୯ : ଆଜି ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା

Published By : Prameya-News7 Bureau | June 11, 2019 IST

ଲଣ୍ଡନ ୧୧|୬: ଆଜି ଦୁଇ ଏସୀୟ ଟିମ୍ ଶ୍ରୀଲଙ୍କା ଏବଂ ବାଂଲାଦେଶ ଭିତରେ ମୁକାବିଲା ହେବ । ଶ୍ରୀଲଙ୍କା ୩ଟି ମ୍ୟାଚରୁ ଗୋଟିକରେ ବିଜୟ ଏବଂ ଅନ୍ୟ ଗୋଟିଏ ବାତିଲ ମ୍ୟାଚରୁ ଗୋଟିଏ ପଏଣ୍ଟ ସହ ୩ ପଏଣ୍ଟ ପାଇଛି । ବାଂଲାଦେଶ ନିଜର ୩ଟି ମ୍ୟାଚରୁ ଗୋଟିଏ ଜିତି ୨ପଏଣ୍ଟ ହାସଲ କରିଛି ।

ସେପଟେ ଦକ୍ଷିଣ ଆଫ୍ରିକାକୁ ବର୍ଷା ଦେଲା ପ୍ରଥମ ପଏଣ୍ଟ । ଗତକାଲି ଦକ୍ଷିଣଆଫ୍ରିକା-ୱେଷ୍ଟଇଣ୍ଡିଜ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା । ଖେଳ ବନ୍ଦ ବେଳକୁ ଦକ୍ଷିଣଆଫ୍ରିକା ୨ ୱିକେଟ୍ ହରାଇ ୨୯ ରନ୍ କରିଥିଲା । ପ୍ରଥମ ତିନିଟି ମ୍ୟାଚରେ ହାରିଥିବା ଦକ୍ଷିଣ ଆଫ୍ରିକା ବାତିଲ ମ୍ୟାଚରୁ ଗୋଟିଏ ପଏଣ୍ଟ ପାଇଁ ଖାତା ଖୋଲିଛି । ତେଣୁ ଦକ୍ଷିଣଆଫ୍ରିକା ପାଇଁ ସେମିଫାଇନାଲ ରାସ୍ତା ବେଶ ମୁସ୍କିଲ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.