ବିଶ୍ବକପ୍ କ୍ରିକେଟ୍ : ଆଜି ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ମୁକାବିଲା

Published By : Prameya-News7 Bureau | June 26, 2019 IST

ଲଣ୍ଡନ ୨୬|୬: ବିଶ୍ବକପରେ ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜୟ ଥିବା କିୱି ଟିମ୍ ଆଜିର ମ୍ୟାଚ୍ ଜିତିଲେ ଦ୍ବିତୀୟ ଦଳ ଭାବେ ସେମିରେ ଏଣ୍ଟ୍ରି କରିବ ।

ସେପଟେ ପାକିସ୍ତାନ ପାଇଁ ଆଜିର ମ୍ୟାଚ୍ ଜିତିବା ନିତାନ୍ତ ଆବଶ୍ୟକ । ନହେଲେ ସର୍ଫରାଜ ଓ କୋଙ୍କ ବିଶ୍ବକପ ସ୍ବପ୍ନକୁ ଲାଗିପାରେ ବଡ ଝଟକା । ବିଶେଷ କରି ଆଜିର ମ୍ୟାଚ୍ ପରେ ପାକିସ୍ତାନ ଟିମ୍ ହାତରେ ମାତ୍ର ଦୁଇଟି ମ୍ୟାଚ୍ ଥିବାରୁ ଆଜିର ମ୍ୟାଚ୍ ଜିତିବା ପାଇଁ ଭରପୂର ପ୍ରୟାସ କରିବ ପାକିସ୍ତାନ ।  

ସେପଟେ ନ୍ୟୁଜିଲାଣ୍ଡ ଟିମ୍ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରିଛି । ବିଶେଷ କରି କ୍ୟାପଟେନ୍ ୱିଲୟମସନ୍ ଓ ଟ୍ରେଣ୍ଟ ବୋଲଟ୍ ଧୂଆଁଧାର ଫର୍ମରେ ଅଛନ୍ତି । ସେହିପରି ଟେଲର, ଗୁପଟିଲ, ଫର୍ଗୁସନଙ୍କ ପରି ଖେଳାଳି କିଛି ବି କରିବାର କ୍ଷମତା ରଖନ୍ତି । ତେଣୁ ଆଜିର ମ୍ୟାଚ୍ ବେଶ ଦମଦାର ହେବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.