Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୁପର ସଣ୍ଡେରେ ସୁପର ମୁକାବିଲା : ଆଜି ଭାରତ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ମଧ୍ୟରେ ଟକ୍କର

9/06/2019 at 10:11 AM

ଲଣ୍ଡନ ୯|୬: ବିଶ୍ବକପରେ ଆଜି ଭାରତ ଖେଳିବ ଦ୍ବିତୀୟ ମ୍ୟାଚ୍ । ପ୍ରଥମ ମ୍ୟାଚ୍ ରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବା ବିରାଟ ବାହିନୀ, ଦ୍ବିତୀୟ ମ୍ୟାଚ୍ ରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ଭେଟିବ । ଶକ୍ତିଶାଳୀ ଅଷ୍ଟ୍ରେଲିଆ ବର୍ତ୍ତମାନ ସୁଦ୍ଧା ୨ଟି ମ୍ୟାଚ୍ ରୁ ୨ଟି ଯାକରେ ବିଜୟୀ ହୋଇଛି । ବିଶ୍ବକପ୍ ରେ ଉଭୟ ଦଳ ୧୧ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଅଷ୍ଟ୍ରେଲିଆ ୮ଥର ଓ ଭାରତ ୩ ଥର ବିଜୟୀ ହୋଇଛନ୍ତି । ଆଜି ଓଭାଲ୍ ରେ ଉଭୟଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଫ୍ୟାନ୍ ଆଶା ରଖିଛନ୍ତି ।

ସୁପର ସଣ୍ଡେରେ ହେବ ସୁପର ମୁକାବିଲା । ଡିଫେଣ୍ଡିଂ ଚାମ୍ପିଅନ୍  ଅଷ୍ଟ୍ରେଲିଆ ସହ ଭାରତର ହେବ ଟକ୍କର । ମେନ୍ ଇନ୍  ବ୍ଲୁ ତାର ପ୍ରଥମ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ବେଳେ ଅଷ୍ଟ୍ରେଲିଆ ହରାଇଛି ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜକୁ ।  ଦୁଇ ଟିମ୍ ର ଶକ୍ତିକୁ ଦେଖିଲେ ଅଷ୍ଟ୍ରେଲିଆ ଅପେକ୍ଷାକୃତ ଭାରତଠାରୁ ଟିକେ ଆଗରେ ରହିଛି । ତେବେ ଭାରତୀୟ ଟିମ୍  ଦକ୍ଷିଣ ଆଫ୍ରିକା ବିରୋଧରେ ଯେଉଁଭଳି ଅଲରାଉଣ୍ଡ ଖେଳ ପ୍ରଦର୍ଶନ କରିଛନ୍ତି ସେଥିରେ ଅଷ୍ଟ୍ରେଲିଆକୁ ମାତ୍ ଦେବା ବଡ କଥା ନୁହେଁ । ଦକ୍ଷିଣ ଆଫ୍ରିକା ବିରୋଧରେ ସେଞ୍ଚୁରୀ ମାରି ରୋହିତ ଶର୍ମା ଫର୍ମରେ ଥିବା ସୂଚନା ଦେଇଛନ୍ତି ।

ସେହିଭଳି ଶିଖର ଧାୱନ୍, କୋହଲି, ରାହୁଲ, ଧୋନୀ କେଦାର ଯାଦବଙ୍କ ଭଳି ବ୍ୟାଟସମ୍ୟାନ୍  ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ୱାର୍ଲଡ କ୍ଲାସ୍ ଅଲରାଉଣ୍ଡର ଅଷ୍ଟ୍ରେଲିଆ ବୋଲିଂ ଟ୍ରାକ୍  ଲାଇନ୍  ଚ୍ୟୁତ୍  କରିବାରେ ସକ୍ଷମ । ବୁମରା, ଭୁବନେଶ୍ବର କୁମାରଙ୍କ ଭଳି ସିମର ଓ ଚହଲ ଓ କୂଲଦୀପଙ୍କ ଭଳି ସ୍ପିନରଙ୍କ ବୋଲିଂ ଯଦି କାମ କଲା ତେବେ ଅଷ୍ଟ୍ରେଲିଆ ଇଂଲଣ୍ଡ ମାଟିରେ ମାଟି କାମୁଡିବା ନିଶ୍ଚିତ । ଦକ୍ଷିଣ ଅଫ୍ରିକାକୁ ପରାସ୍ତ କରିଥିବାରୁ ଟିମ୍ ଇଣ୍ଡିଆର ମନୋବଳ ବେଶ ଦୃଢ ଅଛି । ତେବେ ସବୁ ଡିପେଣ୍ଡ କରୁଛି ପାଣିପାଗ ଉପରେ ।

ସେହିଭଳି ଅଷ୍ଟ୍ରେଲିଆ ଦଳରେ ବି ଅଛନ୍ତି ଜଣଙ୍କୁ  ବଳି ଜଣେ ଧୁରନ୍ଧର । ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍ କୁ ହରାଇବା ପରେ କଙ୍ଗାରୁ ଟିମ୍ ଭାରତକୁ ପରାସ୍ତ କରିବା ପାଇଁ ପ୍ରସ୍ତୁତ । ବିଶେଷକରି ରୋହିତ, ଧାୱନ୍  ଓ କୋହଲିଙ୍କୁ ରୋକିବା ପାଇଁ ପ୍ରସ୍ତୁତ କରିଛନ୍ତି ନୂଆ ରଣନୀତି । ଦଳରେ ଅଛନ୍ତି କ୍ୟାପଟେନ୍  ଆରୋନ୍  ଫିଞ୍ଚ, ଡେଭିଡ୍  ୱାର୍ଣ୍ଣର, ଉସମାନ୍ ଖ୍ବାଜା, ଷ୍ଟିଭେନ୍  ସ୍ମିଥ୍ , ମ୍ୟାକ୍ସ ୱେଲ୍ ଙ୍କ ଭଳି ବ୍ୟାଟସମ୍ୟାନ୍  । ସେହିଭଳି ମାଇକେଲ୍ ଷ୍ଟାର୍କ, ପ୍ୟାଟ୍ କମିନସ୍, ନାଥନ କଲଟର ନାଇଲ୍ ଓ ଆଡାମ୍ ଜାମ୍ପାଙ୍କ ଭଳି ବୋଲର ଭାରତୀୟ ବ୍ୟାଟିଂ ଲାଇନ୍ ଅପ୍ କୁ ଧୁଳିସାତ୍ କରିବାରେ ସକ୍ଷମ । ଦଳ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ କୁ ସହଜରେ ବିଜୟ ହୋଇଥିବା ବେଳେ ୱେଷ୍ଟଇଣ୍ଡିଜ୍  ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଛି । ତେଣୁ ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି ଫ୍ୟାନ୍ ଆଶା କରିଛନ୍ତି । ଉଭୟ ଦଳେ ଏପର୍ଯ୍ୟନ୍ତ ବିଶ୍ବକପ୍ ରେ ୧୧ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଅଷ୍ଟ୍ରେଲିଆ ୮ଟି ମ୍ୟାଚ୍ ଜିତିଥିବା ବେଳେ ଭାରତ ଜିତିଛି ମାତ୍ର ୩ଟି ।

ସେପଟେ ବିଶ୍ବକପ୍ର ପରବର୍ତ୍ତୀ ମ୍ୟାଚ୍  ଗୁଡିକରେ ଧୋନି ବଳିଦାନ ଲୋଗୋ ଥିବା ଗ୍ଲୋବସ୍ ନପିନ୍ଧିବାକୁ ଆଇସିସି ରୋକଠୋକ୍ କହିଦେଇଛି । ଏହି ଗ୍ଲୋବ୍ ପିନ୍ଧିବାକୁ ନେଇ ଧୋନୀ ଆଇସିସିକୁ ଅନୁମତି ମାଗିଥିଲେ । ହେଲେ ଏହାକୁ ଅଗ୍ରାହ୍ୟ କରିଛି ଆଇସିସି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ରେ ଧୋନୀ ଆଉ ବଳିଦାନ ଗ୍ଲୋବସ୍  ପିନ୍ଧିବେ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି ।

   Related Posts