ଲଣ୍ଡନ ୨୫|୬: ବିଶ୍ବକପରେ ଆଜି ମୁହାଁମୁହିଁ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଘରୋଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ । ଆଇସିସିସି ୱାନଡେ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ଥିବା ଇଂଲଣ୍ଡ ପାଇଁ ଆଜିର ମ୍ଯାଚ ଜିତିବା ନିତାନ୍ତ ଆବଶ୍ୟକ । ନହେଲେ ଇଲଂଣ୍ଡର ବିଶ୍ବକପ ସ୍ବପ୍ନକୁ ଲାଗିପାରେ ବଡ଼ ଝଟକା । ବିଶେଷ କରି ଦୁଇ ଏସୀୟ ଦେଶ ପାକିସ୍ତାନ ଓ ଶ୍ରୀଲଙ୍କା ଠାରୁ ପରାସ୍ତ ହେବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ସେହିପରି ଆଜିର ମ୍ୟାଚ୍ ଛାଡ଼ି ମୋର୍ଗାନ୍ ଙ୍କ ଟିମ୍ ଆଗାମୀ ଦୁଇଟି ମ୍ୟାଚ ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ଥିବାରୁ ଧଲର ମୁଣ୍ଡବିନ୍ଧା ବଢିଛି । ସେପଟେ ଭାରତ ବିପକ୍ଷରେ ପରାଜୟକୁ ଛାଡ଼ିଲେ କଙ୍ଗାରୁ ଟିମ୍ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ବିଶେଷ କରି ଓପନର ୱାର୍ଣ୍ଣର ଧୂଆଁଧାର ଫର୍ମରେ ଅଛନ୍ତି । ସେହିପରି ଫିଞ୍ଚ, ସ୍ମିଥ, ଷ୍ଟାର୍କ ଓ କୁମିନ୍ସଙ୍କ ପରି ଖେଳାଳି କିଛି ବି କରିବାର କ୍ଷମତା ରଖନ୍ତି । ତେଣୁ ଆଜିର ମ୍ୟାଚ୍ ବେଶ ଦମଦାର ହେବ ବୋଲି ଆଶା କରାଯାଉଛି ।
ବିଜେଡି ଫୋକସରେ ମହିଳା ପ୍ରାର୍ଥୀ, ବିଧାନସଭାରେ ୩୦ରୁ...