ଚଳିତ ବିଶ୍ବକପ୍ ରେ ୫ଟି ସେଞ୍ଚୁରୀ ମାରି ରୋହିତ ଶର୍ମାଙ୍କ ବିଶ୍ବ ରେକର୍ଡ : ସେମିରେ ପହଞ୍ଚିଲେ ଭାରତ-ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ-ଇଂଲଣ୍ଡ
7/07/2019 at 8:00 AM

ଲଣ୍ଡନ ୭/:୭: ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ-ଇଂଲଣ୍ଡ । ଗତକାଲି ଖେଳା ଯାଇଥିବା ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି । ୨୬୫ ରନ୍ ଟାର୍ଗେଟର ପିଛା କରି ଭାରତ ୪୩.୩ ଓଭରରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଥିଲା । ମୋଟ୍ ୯ଟି ମ୍ୟାଚରୁ ୭ଟିରେ ବିଜୟ, ଗୋଟିଏରେ ପରାଜୟ ଓ ଗୋଟିଏ ବାତିଲ୍ ସହ ୧୫ ପଏଣ୍ଟ ପାଇଛି ଭାରତ । ଟେବୁଲରେ ଟପ୍ ରେ ଅଛି ଭାରତ ।

ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ ରୋହିତ ଶର୍ମା ଓ କେଏଲ୍ ରାହୁଲ । ରାହୁଲଙ୍କ ୧୧୧ ରନ୍ ଓ ରୋହିତଙ୍କ ୧୦୩ ରନ୍ ସହାୟତାରେ ଭାରତ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା । ସେହିପରି ଅନ୍ୟ ଏକ ରୋମାଞ୍ଚକର ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୧୦ ରନରେ ହରାଇ ସେମିଫାଇନାଲରେ ନୂଆ ସମୀକରଣ ସୃଷ୍ଟି କରିଛି । ୧୫ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଥିବା ଭାରତ ଏବେ ସେମିଫାଇନାଲରେ ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ଭେଟିବ । ଆସନ୍ତା ୯ ତାରିଖରେ ଭାରତ ମଞ୍ଚେଷ୍ଟରରେ ଏହି ସେମିଫାଇନାଲ ଖେଳିବ । ଅନ୍ୟପକ୍ଷରେ ୧୪ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆ ୧୧ ତାରିଖରେ ବର୍ମିଂହାମରେ ହେବାକୁ ଥିବା ଦ୍ବିତୀୟ ସେମିଫାନାଲରେ ଇଂଲଣ୍ଡକୁ ଭେଟିବ ।