ଆସନ୍ତାକାଲି ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବ କାଣ୍ଟେକା ଟକ୍କର

Published By : Prameya-News7 Bureau | July 08, 2019 IST

ଲଣ୍ଡନ ୮/୭: ଆଇସିସି କ୍ରିକେଟ ବିଶ୍ୱକପରେ ଲିଗରେ ଦମ୍ ଦାର ପ୍ରଦର୍ଶନ କରି ଶୀର୍ଷ ସ୍ଥାନରେ ରହିଥିବା ଟିମ୍ ଇଣ୍ଡିଆ କାଲି ଖେଳିବ ପ୍ରଥମ ସେମିଫାଇନାଲ । ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ । ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଭାରତ-ନ୍ୟୁଜିଲାଣ୍ଡ ୪୪ ବର୍ଷ ପରେ ଭେଟିବାକୁ ଯାଉଛନ୍ତି । ଯଦିଓ ଦୁଇ ଦଳ ଚଳିତ ବିଶ୍ୱକପରେ ପୁରା ମ୍ୟାଚ ଖେଳି ନାହାନ୍ତି କିନ୍ତୁ ଏହା ପ୍ରଥମ ଥର ନୁହେଁ ଯେବେ ବିରାଟ ଓ ୱିଲିମସନଙ୍କ ମଧ୍ୟରେ ଟକ୍କର ହେବାକୁ ଯାଉଛି ।

{"id":131571,"width":580,"height":435}

  ଏହା ପୂର୍ବରୁ ୨୦୦୮ରେ ଖେଳାଯାଇଥିବା ୧୯ ବର୍ଷରୁ କମ୍ ବିଶ୍ୱକପରେ କୋହଲି ଓ  ୱିଲିମସନଙ୍କ ମଧ୍ୟରେ ଟକ୍କର ହୋଇଥିଲା । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଟିମ୍ ଇଣ୍ଡିଆ ପରାସ୍ତ କରିଥିଲା ଏବଂ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବିଶ୍ୱ ଚାମ୍ପିୟନ ମଧ୍ୟ ହୋଇଥିଲା ।  ବିଶ୍ୱକପରେ ଦୁଇ ଦଳ ମଧ୍ୟରେ ୮ ଥର ମୁକାବିଲା ହୋଇଛି, ଯେଉଁଥିରେ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ରହିଛି ।

{"id":131572}

୮ଟି ମ୍ୟାଚ ମଧ୍ୟରୁ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ ଜିତିଥିବା ବେଳେ ଟିମ୍ ଇଣ୍ଡିଆ ୩ଟି ମ୍ୟାଚ ଜିତିଛି ଏବଂ ଗୋଟିଏ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଛି । ଦିନିକିଆ କ୍ରିକେଟରେ  ଉଭୟ ଦଳ ମଧ୍ୟରେ ହୋଇଥିବା ମୁକାବିଲା ଉପରେ ଯଦି ନଜର ପକାଯାଏ, ଉଭୟେ ବର୍ତ୍ତମାନ ସୁଦ୍ଧା ୧୦୬ଟି ମ୍ୟାଚ ଖେଳିଛନ୍ତି । ସେଥି ମଧ୍ୟରୁ  ଭାରତ ୫୫ଟି ମ୍ୟାଚ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୪୫ଟି ମ୍ୟାଚ ଜିତିଛି । ଏହା ସହିତ ଗୋଟିଏ ମ୍ୟାଚ ଟାଇ ହୋଇଥିବା ବେଳେ ୫ଟି ମ୍ୟାଚ ବାତିଲ ହୋଇଛି । ତେବେ ଆସନ୍ତାକାଲି ଯଣା ପଡିବ କାହାର ପଲ୍ଲା କେତେ ବାରି ରହୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.