ଆର୍ଜେଣ୍ଟିନା ପହଞ୍ଚିଲା ମେସିଙ୍କ ବିଶ୍ଵ ଚାମ୍ପିଅନ ଦଳ, ଧୁମଧାମ୍‌ରେ ସ୍ଵାଗତ କଲେ ଦେଶବାସୀ, ରାସ୍ତାରେ ପ୍ରଶଂସକଙ୍କ ଅସମ୍ଭାଳ ଭିଡ

Published By : Prameya-News7 Bureau | December 20, 2022 IST

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଫିଫା ବିଶ୍ଵ କପ୍ ଜିତିବା ପରେ ସମଗ୍ର ଦେଶରେ ଉତ୍ସବର ମାହୋଲ ଲାଗି ରହିଛି। ନିଜ ଦେଶକୁ ଫେରିବା ପରେ ବିଶ୍ଵ ଚାମ୍ପିଅନ ଦଳକୁ ଭବ୍ୟ ସ୍ଵାଗତ ଦେଇଛନ୍ତି ଦେଶବାସୀ। ବିମାନ ବନ୍ଦରରେ ହଜାର ହଜାର ପ୍ରଶଂସକଙ୍କ ଭିଡ ଦଳକୁ ସ୍ଵାଗତ  କରିଛନ୍ତି। ଅଧିନାୟକ ଲିଓନେଲ୍ ମେସିଙ୍କ ନେତୃତ୍ଵରେ ଆର୍ଜେଣ୍ଟିନା ଫ୍ରାନ୍ସକୁ ଫାଇନାଲ୍‌ରେ ପେନାଲ୍ଟି ସୁଟଆଉଟ୍‌ରେ ୪-୨ରେ ହରାଇ ତୃତୀୟ ଥର ବିଶ୍ଵ ଚାମ୍ପିଅନ ହୋଇଛି। ୧୯୮୬ ପରେ ପ୍ରଥମ ଥର ଦଳ ଫିଫା ବିଶ୍ଵ କପ୍ ଜିତିଛି। ଖାସ୍ କରି ମେସିଙ୍କ ଏହା ଶେଷ ବିଶ୍ଵ କପ୍ ଥିଲା।

wp:html /wp:html

ମଙ୍ଗଳବାର ସକାଳେ(ଭାରତୀୟ ସମୟନୁସାରେ) ଆର୍ଜେଣ୍ଟିନା ଖେଳାଳି ରାଜଧାନୀ ବ୍ୟୁନସ ଆୟର୍ସ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ। ଏଠାରେ ହଜାର ହଜାର ସଂଖ୍ୟକ ଲୋକ ନିଜ ଚାମ୍ପିଅନ ଦଳକୁ ସ୍ଵାଗତ କରିବାକୁ ପ୍ରସ୍ତୁତ ହୋଇ ରହିଥିଲେ। ଅଧିନାୟକ ଲିଓନେଲ୍ ମେସି ହାତରେ ଟ୍ରଫି ଧରି ବିମାନରୁ ବାହାରିଥିଲେ ଏବଂ ଲୋକଙ୍କୁ ଅଭିବାଦନ ଜଣାଇଥିଲେ।

wp:html /wp:html

ଏଠାରୁ ଆର୍ଜେଣ୍ଟିନା ଖେଳାଳି ବସ୍‌ରେ ବସି ରୋଡ୍ ଶୋ କରିଛନ୍ତି। ଯେଉଁ ଯେଉଁ ମାର୍ଗ ଦେଇ ବସ୍ ଗତି କରିଥିଲା, ତାର ଉଭୟ ପାର୍ଶ୍ଵରେ ପ୍ରଶଂସକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା। ଲୋକେ ସଡକକୁ ଓହ୍ଲାଇ ନିଜ ଖେଳାଳିଙ୍କୁ ଅଭିବାଦନ ଜଣାଇଛନ୍ତି। ବସ୍ ଉପରେ ଖେଳାଳି ଟ୍ରଫି ଧରି ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି।

wp:html /wp:html

ରାଜଧାନୀର ଲୋକପ୍ରିୟ ସ୍ମାରକ ଓବିଲିସ୍କ ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ଖେଳାଳି ଖୋଲା ବସ୍‌ରେ ସହରକୁ ଗୋଟିଏ ଚକ୍କର ଲଗାଇଥିଲେ। ସ୍ମାରକ ଓବିଲିସ୍କ ଲୋକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି। ଏଠାରେ ଲାଇଭ ବ୍ୟାଣ୍ଡ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ସମୟରେ ପରେଡ୍‌ର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.