ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ସମ୍ ଅଲଟିମେଟ୍ ମେଡିକେୟାରରେ ବିଶ୍ଵ କର୍କଟ ଦିବସ ପାଳିତ

5/02/2023 at 5:05 PM

ଭୁବନେଶ୍ଵର: ସମ୍ ଅଲ୍ଟିମେଟ ମେଡିକେୟାରରେ ବିଶ୍ୱ କର୍କଟ ଦିବସ ଅବସରରେ ସୁସ୍ଥତା ଲାଭ କରିଥିବା ରୋଗୀମାନଙ୍କୁ ନେଇ ଶନିବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।  ସମ୍ମମର ହୋପ୍ ସ୍ପ୍ରିଙ୍ଗ୍‌ସ ବ୍ଲକକୁ ନେଇ ‘ହୋପ୍ ସ୍ପ୍ରିଙ୍ଗ୍ ସାଗା’ କାର୍ଯ୍ୟକ୍ରମରେ ଅନେକ ସଂଖ୍ୟାରେ ହସ୍ପିଟାଲ୍‌ର ଅଙ୍କୋଲଜି ବିଭାଗରେ ଚିକିତ୍ସିତ ହୋଇ  କର୍କଟରୁ ମୁକ୍ତ ହୋଇଥିବା ଅନେକ ବ୍ୟକ୍ତି ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ସମ୍ମମର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଏବଂ ଅଙ୍କୋ ସାଇନ୍‌ସେସ୍ ବିଭାଗର ଡାକ୍ତର ଚିରରଞ୍ଜନ ଖାଡ଼େଙ୍ଗା, ଡାକ୍ତର ଜିଜ୍ଞାସୁ ମହାନ୍ତି, ଡାକ୍ତର ପ୍ରିୟା ପ୍ରିୟଦର୍ଶିନୀ ନାୟକ, ଡାକ୍ତର ଶୁଭାଶିଷ ମିଶ୍ର ଏବଂ ଡାକ୍ତର ସୁଦତା ରାୟଙ୍କ ସମେତ ଅନେକ ଡାକ୍ତର ଉପସ୍ଥିତ ଥିଲେ ।

ଏହି ଅବସରରେ ବ୍ରିଗେଡିୟର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟାନ୍ୟ ବରିଷ୍ଠ ଡାକ୍ତରମାନେ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସହ କ୍ୟାନ୍ସର ରୋଗୀମାନଙ୍କୁ ଅଧିକ ସଂଖ୍ୟାରେ ସୁସ୍ଥ କରିଥିବାରୁ ଅଙ୍କୋଲୋଜି ବିଭାଗର ଡାକ୍ତରମାନଙ୍କୁ ବ୍ରିଗେଡିୟର ମିଶ୍ର ଙ୍କ ସମେତ ଅନ୍ୟାନ୍ୟ ଡାକ୍ତରମାନେ ଶୁଭେଚ୍ଛା ଜଣାଇଥିଲେ ।

କ୍ୟାନ୍ସର ସମ୍ପର୍କରେ ଅଧିକ ସୂଚନା ଦେବା ସହ ସଚେତନ କରାଇବା ଲକ୍ଷ୍ୟରେ ଅଙ୍କୋସାଇନ୍‌ସେସ୍ ବିଭାଗର ଡାକ୍ତରମାନେ ଉପଦେଶ ପ୍ରଦାନ କରିଥିଲେ । ଏହି ଅବସରରେ ହସ୍ପିଟାଲ୍‌ର ନର୍ସିଂ ଷ୍ଟାଫ୍‌ମାନଙ୍କ ଦ୍ୱାରା ନାଟକ ପରିବେଷଣ କରାଯାଇଥିଲା ।

ଏହି ଅବସରରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ରେଡଏସନ୍ ଥେରାପି ପରେ ସ୍ୱାସ୍ଥ୍ୟର ଯତ୍ନ, ଚିକିତ୍ସାର ଗୁଣବତାକୁ ବୃଦ୍ଧି କରିବାକୁ ଉଦ୍ୟମ ଏବଂ କ୍ୟାନ୍ସର ଚିକିତ୍ସା ନେଇ ରୋଗୀମାନଙ୍କୁ ଅବଗତ କରାଇବା ସହ କ୍ୟାନ୍ସର ରୋଗୀମାନଙ୍କୁ ସୁସ୍ଥ କରାଇବାରେ ସମ୍ମମ୍‌ର ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ସମ୍ମମର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ଅଙ୍କୋଲଜି ବିଭାଗର ଡାକ୍ତରମାନଙ୍କୁ ସେମାନଙ୍କର କାର୍ଯ୍ୟ ଓ ସେବା ନିମନ୍ତେ ଶୁଭେଚ୍ଛା ଜଣାଇଥିଲେ ।

“ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆମେ ଉତ୍ସର୍ଗୀକୃତ ଭାବେ ରୋଗୀମାନଙ୍କୁ ଅସାଧାରଣ ଚିକିତ୍ସା ଓ ସେବା ପ୍ରଦାନ କରୁଛୁ । ବିଶ୍ୱ କର୍କଟ ଦିବସ ଅବସରରେ ‘ଦ ହୋପ୍ ସ୍ପ୍ରିଙ୍ଗ ସାଗା’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି ରୋଗୀମାନଙ୍କୁ ଉତ୍ତମ ମାନର ଚିକିତ୍ସା ପ୍ରଦାନ କରିବା । ଉନ୍ନତ ମାନର ଡାକ୍ତରୀ ଭିତ୍ତିଭୂମି ଏବଂ ଅଙ୍କୋଲୋଜି ବିଶେଷଜ୍ଞ ଟିମ୍ ଏହି ଉନ୍ନତମାନର ସ୍ୱାସ୍ଥ୍ର‌୍ୟସେବା ଯୋଗାଇ ଆସୁଛନ୍ତି । କ୍ୟାନ୍ସର ରୋଗୀମାନଙ୍କ ମନରେ ନୂତନ ଆଶାର ସଂଚାର ସୃଷ୍ଟି କରାଇବା ସହ ସେମାନଙ୍କୁ ଉତ୍ତମ ଜୀବନ ପ୍ରଦାନ କରିବା ନିମେନ୍ତ ଆମେ ବଦ୍ଧ ପରିକର” ବୋଲି ଡକ୍ଟର ଦାଶ କହିଛନ୍ତି ।

ସମ୍ମମ୍‌ରେ ରେଡିଏସନ୍ ଅଙ୍କୋଲଜି, ମେଡିକାଲ୍ ଅଙ୍କଲୋଜି, ସର୍ଜିକାଲ ଅଙ୍କୋଲଜି , ପେଡିଆଟ୍ରିକ୍ ଅଙ୍କୋଲଜି, ହିମାଟୋ ଅଙ୍କୋଲଜି, ପାଲିଆଟିଭ୍ ଅଙ୍କୋଲଜି, ଅଙ୍କୋପାଥୋଲୋଜି ଏବଂ ନ୍ୟୁକ୍ଲିୟର ମେଡିସିନ୍ ଭଳି ୮ଟି ସ୍ୱତନ୍ତ୍ର ବିଭାଗ ରହିଛି ଏବଂ ଗୋଟିଏ ଛାତ ତଳେ ଉନ୍ନତମାନର କ୍ୟାନ୍ସର ଚିକିତ୍ସା ପ୍ରଦାନ କରାଯାଉଛି ।

ଏଠାରେ ପେଟ ସିଟି ସ୍କାନ୍‌, ଥ୍ରୀ ଟେଲ୍ସା ଏମ୍‌ଆରଆଇ, ଏଚ୍‌ଡିଆର୍ ବ୍ରାକି ଥେରାପି, ଡୁଆଲ୍ ହେଡ୍ ଗାମା କ୍ୟାମେରା ଭଳି ଉନ୍ନତମାନର ଅତ୍ୟାଧୁନିକ ଡାକ୍ତରୀ ସରଞ୍ଜାମ ରହିଥିବା ବେଳେ ଆନ୍ତର୍ଜାତୀୟ ସ୍ତରର ଚିକିତ୍ସା ପ୍ରଦାନ କରାଯାଉଛି ।

   Related Posts