ନୂଆଦିଲ୍ଲୀ: ୨୦୧୯ ମସିହା ଶେଷ ହେବାକୁ ଯାଉଛି। ବର୍ଷଟି କାହା ଲାଗି କେମିତି କଟିଛି ତାହା ସେମାନେ ଜାଣନ୍ତି, ହେଲେ ବିଶ୍ୱର ଧନିକ ବର୍ଗଙ୍କ ଲାଗି କିନ୍ତୁ କ୍ଷତିର ବର୍ଷ ବୋଲି ପ୍ରମାଣିତ ହୋଇଛି। ସମଗ୍ର ବିଶ୍ୱରେ ଧନିକଙ୍କୁ ଗୋଟିଏ ବର୍ଷରେ ୩୮ ହଜାର ୮୦୦ କୋଟି ଅର୍ଥାତ ଭାରତୀୟ ମୁଦ୍ରାରେ ୨୭ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି। ବିଶ୍ୱର ସର୍ବବୃହତ୍ତ ଇନଭେଷ୍ଟମେଣ୍ଟ କମ୍ପାନୀ ୟୁବିଏସ୍ ଓ ପିଡବ୍ଲୁସିଙ୍କ ରିପୋର୍ଟରୁ ଏହା ଜଣାପଡିଛି।
{"id":182165}ଉଭୟ ନିବେଶ କମ୍ପାନୀଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ରାଜନୈତିକ ଓ ଆଞ୍ଚଳିକ ବିବାଦର ପ୍ରଭାବ ସେୟାର ବଜାରରେ ପଡିବା ଯୋଗୁ ଲୋକଙ୍କୁ ଏଭଳି ଆର୍ଥିକ କ୍ଷତି ସହିବାକୁ ପଡିଛି। ବିଶେଷ କରି ଚୀନ ଓ ଆମେରିକାର ବାଣିଜ୍ୟ ବିବାଦ ଯୋଗୁ ଦୁନିଆଜାକର ଧନୀ ପ୍ରଭାବିତ ହୋଇଛନ୍ତି। ସେୟାର ବଜାରରେ ହ୍ରାସ ଯୋଗୁ ସେମାନେ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଆମେରିକା ପରେ ଏବେ ଚୀନରେ ଅଧିକ ସଂଖ୍ୟକ ଧନିକ ବାସ କରୁଛନ୍ତି। ତେବେ ଦୁଇ ଦେଶଙ୍କ ଟ୍ରେଡୱାର ଯୋଗୁ ସେମାନଙ୍କ ଆୟ ହ୍ରାସ ହୋଇଛି।
{"id":182166,"width":577,"height":414}ଏହି ସମୟରେ ଚୀନ ବିଲିୟନେୟରମାନଙ୍କ ସମ୍ପତ୍ତିରେ ପ୍ରାୟ ୧୨.୮୦ପ୍ରତିଶତ ହ୍ରାସ ଦେଖାଦେଇଛି। ଫଳରେ ଚୀନର ଆର୍ଥିକ ପ୍ରଗତି ଅଚାନକ ମନ୍ଥର ହୋଇଯାଇଥିବା ରିପୋର୍ଟରୁ ଜଣାପଡିଛି। ଏହାଛଡା ଅସ୍ଥିରତା ଯୋଗୁ ମୁଦ୍ରାମୂଲ୍ୟ ମଧ୍ୟ ହ୍ରାସ ହୋଇଛି। ଏଣୁ ଷ୍ଟକ ମାର୍କେଟରେ ଅନିଶ୍ଚିତତା ଉପୁଜିଥିବା ବେଳେ ଧନିକଙ୍କ ନିବେଶ ବୁଡିଯାଇଛି। ତେବେ ଏଭଳି ଆର୍ଥିକ ପରିସ୍ଥିତି ସତ୍ତ୍ୱେ ଚୀନରେ ଏବେ ୨ ବା ଅଢେଇ ଦିନରେ ଜଣେଜଣେ ନୂଆ ବିଲିୟନେୟର ସୃଷ୍ଟି ହେଉଥିବା ରିପୋର୍ଟରୁ ଜଣାଯାଏ।