କାଙ୍ଗାଳ ହେବ ତାଲିବାନ୍ ! ଆଫଗାନିସ୍ତାନକୁ ଦେଉଥିବା ସହାୟତା ଉପରେ ରୋକ୍ ଲଗାଇଲା ବିଶ୍ବ ବ୍ୟାଙ୍କ

Published By : Prameya-News7 Bureau | August 25, 2021 IST

ଓ୍ବାଶିଂଟନ୍ ୨୫।୮: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ସାରା ବିଶ୍ବରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଏପର୍ଯ୍ୟନ୍ତ ଅଧିକାଂଶ ଦେଶ ତାଲିବାନୀ ଶାସନକୁ ମଞ୍ଜୁରୀ ଦେଇନାହାନ୍ତି । ଏ ଭିତରେ ଆଫଗାନିସ୍ତାନକୁ ଦେଉଥିବା ସହାୟତା ଉପରେ ପ୍ରତିବନ୍ଧକ ଲଗାଇଛି ବିଶ୍ବ ବ୍ୟାଙ୍କ । ବିଶ୍ବ ବ୍ୟାଙ୍କ୍ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି ।

ବିଶ୍ବ ବ୍ୟାଙ୍କର ମୁଖପାତ୍ର କହିଛନ୍ତି, ଆଫଗାନିସ୍ତାନର ସ୍ଥିତି ଅତ୍ୟନ୍ତ ଗମ୍ଭୀର। ଆଫଗାନିସ୍ତାନର ସ୍ଥିତି ଖରାପ ଥିବାରୁ ବିଶ୍ବ ବ୍ୟାଙ୍କ ଏପରି ପଦକ୍ଷେପ ନେଇଛି। ତାଲିବାନ ସେଠାରେ କ୍ଷମତା ଦଖଲ କରିବା ପରେ ମହିଳାଙ୍କ ଅଧିକାର ସବୁଠାରୁ ଅଧିକ ଚିନ୍ତାଜନକ ରହିଛି। ଏହାକୁ ଦୃଷ୍ଟିରେ ରଖି ଆମେ ଆଫଗାନିସ୍ତାନକୁ ଦେଉଥିବା ସହାୟତା ଉପରେ ରୋକ ଲଗାଉଛୁ । ଆମେ ବେଶ ଗମ୍ଭୀରତାର ସହ ସ୍ଥିତି ଉପରେ ନଜର ରଖିଛୁ ।

ଉଲ୍ଲେଖଯୋଗ୍ୟ ଯେ, ଆମେରିକା ସେନା ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆଫଗାନିସ୍ତାନ ଛାଡିଦେବ, ଏହାର ଠିକ୍ ୨ ସପ୍ତାହ ପୂର୍ବରୁ ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିସାରିଛି ।

ଏହା ପୂର୍ବରୁ ଆମେରିକା ଗତ ସପ୍ତାହରେ ଘୋଷଣା କରିଥିଲା ଯେ, ଆମେରିକାରରେ ଥିବା ଆଫଗାନିସ୍ତାନର ସୁନା ଏବଂ ମୁଦ୍ରାଭଣ୍ଡାରକୁ ତାଲିବାନକୁ କବଜା କରିବାକୁ ଦେବେନାହିଁ । କେବଳ ଆମେରିକାରେ ହିଁ ଆଫଗାନିସ୍ତାନର ପ୍ରାୟ ୭୦୬ ଅରବ ଟଙ୍କାର ସମ୍ପତ୍ତି ରହିଛି । ଆଇଏମଏଫ ମଧ୍ୟ ଆଫଗାନର ସମସ୍ତ ସମ୍ପତ୍ତି ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.