ଚଳିତ ଆର୍ଥିକ ବର୍ଷ​‌ରେ ୬.୩% ରହିବ ଭାରତର ଅଭିବୃଦ୍ଧି ହାର, ଦରବୃଦ୍ଧିରୁ ମିଳିବ ଆଶ୍ବସ୍ତି: ବିଶ୍ବବ୍ୟାଙ୍କ

Published By : Prameya-News7 Bureau | April 04, 2023 IST

ନୂଆଦିଲ୍ଲୀ, ୦୪/୦୪: ଚଳିତ ବର୍ଷ କମ୍ ରହିବ ଭାରତର ଅଭିବୃଦ୍ଧି ହାର। ଏଭଳି କିଛି ଅନୁମାନ କରିଛି ବିଶ୍ବ ବ୍ୟାଙ୍କ୍‌। ସଦ୍ୟ ରିପୋର୍ଟରେ ବିଶ୍ବ ବ୍ୟାଙ୍କ୍‌ କହିଛି ଯେ, ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ଧିମା ରହିବ। ବିଶ୍ବ ବ୍ୟାଙ୍କ୍‌ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୬.୩ ପ୍ରତିଶତ ହାରରେ ବଢ଼ିବ। ଏହା ପୂର୍ବରୁ ବିଶ୍ବ ବ୍ୟାଙ୍କ ଏକ ରିପୋର୍ଟରେ ଚଳିତ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ୬.୬ ପ୍ରତିଶତ ରହିବା ନେଇ ଅନୁମାନ କରିଥିଲା।

ନୂଆ ରିପୋର୍ଟ ଅନୁଯାୟୀ, ଆୟରେ ହ୍ରାସ କାରଣରୁ ଲୋକଙ୍କ ଖର୍ଚ୍ଚ ମଧ୍ୟ ହ୍ରାସ ହୋଇପାରେ। ଯାହାର ଏକ ନକାରତ୍ମକ ପ୍ରଭାବ ଜିଡିପି ଉପରେ ପଡ଼ିବ। ଏହା ସହ ରିପୋର୍ଟରେ ଭାରତର ମୁଦ୍ରସ୍ଫୀତି ହାର ୬.୬ରୁ କମି ୫.୨ରେ ହେବା ନେଇ ମଧ୍ୟ କୁହାଯାଇଛି। ସେହିପରି ବିତ୍ତୀୟ ନିଅଣ୍ଟ ୨.୧ ପ୍ରତିଶତ ରହିବା ନେଇ ଅନୁମାନ କରିଛି।

ବିଶେଷଜ୍ଞଙ୍କ ଅନୁଯାୟୀ, ଆଇଟି, କନସଲ୍ଟିଂ ଭଳି ସେବା କ୍ଷେତ୍ର ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଢ଼ାଲ ଭଳି କାମ କରୁଛି। କାରଣ ଅକ୍ଟୋବରରୁ ଡିସେମ୍ବର ତ୍ରୈମାସିକରେ ସେବା କ୍ଷେତ୍ର ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚିଥିଲା। ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ ଡିସେମ୍ବର ୨୦୨୨ରେ ସେବା କ୍ଷେତ୍ରରେ ୨୪.୫ ପ୍ରତିଶତ ବୃଦ୍ଧି ହୋଇଥିଲା। ଗତ ବର୍ଷର ତୃତୀୟ ତ୍ରୈମାସିକରେ ଏହା ୮୩.୪ ନିୟୁତ ଡଲାରର ରେକର୍ଡ ସ୍ତରରେ ପହଞ୍ଚିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.