AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ଭାରତକୁ ଘନଉଛି ଗ୍ରୀଷ୍ମର ପ୍ରକୋପ, ସତର୍କ କଲା ବିଶ୍ୱବ୍ୟାଙ୍କ ରିପୋର୍ଟ

7/12/2022 at 7:06 PM

ନୂଆଦିଲ୍ଲୀ ୭।୧୨: ଭାରତରେ ଗତ କିଛି ସମୟ ହେଲା ଗ୍ରୀଷ୍ମ ଲହର ଚିନ୍ତାଜନକ ରହିଛି। ଗ୍ରୀଷ୍ମ ଋତୁରେ ହେଉଥିବା ଏହି ଲହରକୁ ନେଇ ବିଶ୍ୱବ୍ୟାଙ୍କ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଏପରି ଗ୍ରୀଷ୍ମ ଲହରୀର ସାମ୍ନା କରୁଥିବା ବିଶ୍ୱର ପ୍ରଥମ ଦେଶ ପାଲଟିବ ଭାରତ ବୋଲି କୁହାଯାଇଛି। ଏହି ଗ୍ରୀଷ୍ମ ଲହର ମଣିଷର ସହନ ଶକ୍ତିକୁ ମଧ୍ୟ ପ୍ରଭାବିତ କରିବ । ବିଶ୍ୱବ୍ୟାଙ୍କ ପ୍ରସ୍ତୁତ ‘କ୍ଲାଇମେଟ୍ ଇନଭେଷ୍ଟିମେଣ୍ଟ ଅପର୍ଚ୍ୟୁନିଟିଜ୍ ଇନ୍ କୁଲିଂ ସେକ୍ଟର ଇନ୍ ଇଣ୍ଡିଆ’ ଶୀର୍ଷକ ରିପୋର୍ଟରେ ଏହି ଦାବି କରାଯାଇଛି।

ରିପୋର୍ଟ ଅନୁସାରେ ଭାରତରେ ଗ୍ରୀଷ୍ମ  ଅପେକ୍ଷାକୃତ ଅଧିକ, ଯାହା ଖୁବ୍ ଶୀଘ୍ର ଆରମ୍ଭ ହେଇ ଯାଉଥିବା ବେଳେ ବେଶ୍ ଅଧିକ ସମୟ ପର୍ଯ୍ୟନ୍ତ ରହୁଛି। ଏପ୍ରିଲ ୨୦୨୨ରେ ସମୟ ପୂର୍ବରୁ ଭାରତରେ ଗ୍ରୀଷ୍ମ ଲହରୀ ଚାଲିବା ଆରମ୍ଭ ହୋଇଯାଇଥିଲା। ସେତେବେଳେ ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୪୬ ଡିଗ୍ରି ସେଲସିୟସ୍‌କୁ ପହଞ୍ଚିଥିଲା। ଏହା ପୂର୍ବରୁ ମାର୍ଚ୍ଚ ମାସ ତାପମାତ୍ରା ବୃଦ୍ଧିର ସାକ୍ଷ ପାଲଟିଥିଲା। ମାର୍ଚ୍ଚ ମାସ ଦଶନ୍ଧୀର ସବୁଠୁ ଅଧିକ ଉତପ୍ତ ମାସ ଥିଲା।

ଏହି ରିପୋର୍ଟକୁ ତିରୁଅନନ୍ତପୁରମରେ କେରଳ ସରକାରଙ୍କ ସହଯୋଗରେ ବିଶ୍ୱ ବ୍ୟାଙ୍କ ଆୟୋଜନ କରୁଥିବା ‘ଅଣ୍ଡିଆ କ୍ଲାଇମେଟ୍ ଏଣ୍ଡ ଡଭଲପମେଣ୍ଟ ପାର୍ଟନର୍ସ’ ଶୀର୍ଷକ ବୈଠକରେ ଉପସ୍ଥାପନ କରାଯିବ। ରିପୋର୍ଟରେ କୁହାଯାଇଛି ଯେ ଆଗଷ୍ଟ ୨୦୨୧ରେ ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପାନେଲ ଫର କ୍ଲାଇମେଟ୍ ଚେଞ୍ଜ (ଆଇପିସିସି) ତାଙ୍କ ଷଷ୍ଠ ଆକଳନ ରିପୋର୍ଟରେ ଭାରତୀୟ ଉପ ମହାଦ୍ୱୀପରେ ଆଗାମୀ ଦଶକମାନଙ୍କରେ ଅଧିକ  ଗ୍ରୀଷ୍ମ ପ୍ରବାହ(ଲୁ)ର ମାମଲା ସାମ୍ନାକୁ ଆସିବ ବୋଲି ଚେତାବନୀ ଦେଇଥିବା କୁହାଯାଇଛି।

ରିପୋର୍ଟ ଅନୁସାରେ ୨୦୨୧ରେ ଜି-୨୦ କ୍ଲାଇମେଟ୍ ରିସ୍କ ଏଟଲାସରେ ମଧ୍ୟ  ଏ ନେଇ ସତର୍କ କରାଯାଇଛି। ଏଥିରେ ଯଦି କାର୍ବନ ଉତ୍ସର୍ଜନ ସ୍ତର ଅଧିକ ରହିବ ତେବେ ପୁରା ଭାରତରେ ୨୦୩୬ରୁ ୨୦୬୫ ମସିହା ପର୍ଯ୍ୟନ୍ତ ୨୫ ଗୁଣା ଅଧିକ ସମୟ ପର୍ଯ୍ୟନ୍ତ ଲୁ ଜାରି ରହିବ ବୋଲି କୁହାଯାଇଛି। ବର୍ଦ୍ଧିତ ଗରମ ଭାରତର ଆର୍ଥିକ ଉତ୍ପାଦକତା କମ କରିପାରେ ବୋଲି ଆକଳନ କରାଯାଉଛି।

ରିପୋର୍ଟରେ କୁହାଯାଇଛି ଯେ ଭାରତର ୭୫ ପ୍ରତିଶତ କାର୍ଯ୍ୟବଳ ଅର୍ଥାତ ୩୮ କୋଟି ଲୋକଏପରି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଯେଉଁମାନଙ୍କୁ ଉଷ୍ମ ବାତାବରଣରେ ରହିବାକୁ ପଡୁଛି। ଏପରିକି ଅନେକ ସମୟରେ ସେମାନଙ୍କୁ ଜୀବନ ଲାଗି ବିପଦଜନକ ତାପମାତ୍ରାରେ ମଧ୍ୟ କାମ କରିବାକୁ ପଡୁଛି। ଏଣୁ ୨୦୩୦ ସୁଦ୍ଧା ଗରମ ଯୋଗୁ ଉତ୍ପାଦକତା ହ୍ରାସ କାରଣରୁ ବୈଶ୍ୱିକ ସ୍ତରରେ ଯେଉଁ ୮ କୋଟି ନିଯୁକ୍ତି ହରାଇବାର ସମ୍ଭାବନା ରହିଛି ସେଥିରେ କେବଳ ଭାରତରେ ୩.୪ କୋଟି ଲୋକେ ଚାକିରୀ ହରେଇବେ ବୋଲି କୁହାଯାଇଛି।   

   Related Posts