ବିଶ୍ୱବ୍ୟାଙ୍କ ହ୍ରାସ କଲେ ଭାରତର ବିକାଶ ହାର ଅନୁମାନ, ରଖିଲେ ୬.୫%, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | October 06, 2022 IST

ନୂଆଦିଲ୍ଲୀ ୬।୧୦: ବିଶ୍ୱବ୍ୟାଙ୍କ ଭାରତର ବିକାଶ ଅନୁମାନକୁ ୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଫଳରେ ଦ୍ରୁତ ଅଭିବୃଦ୍ଧି କରୁଥିବା ଅର୍ଥନୀତି ଭାବେ ଉଭା ହେବାକୁ ଯାଉଥିବା ଭାରତ ଲାଗି ଏହା ଏକ ବଡ ଝଟକା ବୁଝା ଯାଉଛି। ୨୦୨୨-୨୩ରେ ଭାରତର ବିକାଶ ଅନୁମାନ ୭.୫ ପ୍ରତିଶତ ଆଶା କରାଯାଉଥିଲା। ତେବେ ବିଶ୍ୱବ୍ୟାଙ୍କ ଏହାକୁ ୬.୫ ପ୍ରତିଶତ ହୋଇପାରେ ବୋଲି ଆକଳନ କରିଛନ୍ତି।

ରିପୋର୍ଟ ଅନୁସାରେ ବିଶ୍ୱବ୍ୟାଙ୍କ ଗୁରୁବାର ଭାରତ ଲାଗି ବିକାଶ ପୂର୍ବାନୁମାନକୁ ସଂଶୋଧନ କରିଛନ୍ତି। ଏଥିରେ ୨୦୨୨-୨୩ରେ ବିକାଶ ଅନୁମାନ ୬.୫ ପ୍ରତିଶତ ରହିପାରେ ବୋଲି ଆକଳନ କରିଛନ୍ତି। ତେବେ ବିଶ୍ୱବ୍ୟାଙ୍କ ଏପରି ହ୍ରାସ ନେଇ କାରଣ ମଧ୍ୟ କହିଛନ୍ତି। ଏଥିରେ ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ  ବୈଶ୍ୱିକ ମୌଦ୍ରିକ କଟକଣାର ପ୍ରଭାବ ମଧ୍ୟ ଭାରତ ଉପରେ ପଡିବ ବୋଲି ଉଲ୍ଲେଖ କରିଛନ୍ତି। ଏଣୁ ବିକାଶ ହାର ହ୍ରାସ ହୋଇପାରେ ବୋଲି କହିଛନ୍ତି।

{"id":692623,"sizeSlug":"full","linkDestination":"none"}

ଦକ୍ଷିଣ ଏସିଆ ଲାଗି ବର୍ଷରେ ଦୁଇଥର ଜାରି ହେଉଥିବା ବିଶ୍ୱବ୍ୟାଙ୍କ ରିପୋର୍ଟରେ କୁହାଯାଇଛି ଯେ ଅନିଶ୍ଚିତତାର ଏହି କାଳରେ ଘରୋଇ ନିବେଶ ହ୍ରାସ ହେବାର ସମ୍ଭାବନା ରହିଛି। ଏଥିରେ କୁହାଯାଇଛି ଯେ ବୈଶ୍ୱିକ ଚାହିଦା ହ୍ରାସ ଦେଶର ରପ୍ତାନୀକୁ ପ୍ରଭାବିତ କରିବ। ଅନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମଏଫ) ଓ ବିଶ୍ୱବ୍ୟାଙ୍କ ବୈଠକ ପୂର୍ବରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଭାରତକୁ ଦୁନିଆର ଅନ୍ୟ ଦେଶଙ୍କ ତୁଳନାରେ ବେଶ୍ ମଜଭୁତ ସ୍ଥିତିରେ ଥିବା ଦେଖା ଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ପର୍ଯ୍ୟନ୍ତ ଭାରତର ବିକାଶ ହାର ୮.୭ ପ୍ରତିଶତ ପର୍ଯ୍ୟନ୍ତ ରହୁଥିଲା।

ବିଶ୍ୱବ୍ୟାଙ୍କ ଚିଫ୍ ଇକୋନମିଷ୍ଟ ହେଂସ ଟିମର ଅନ୍ୟଦେଶଙ୍କ ତୁଳନାରେ ଭାରତ ମଜଭୁତ ଥିଲେ ମଧ୍ୟ ଜାରି ଆର୍ଥିକ ବର୍ଷ ନିମନ୍ତେ ଅନୁମାନ ହ୍ରାସ କରାଯାଇଛି ବୋଲି କହିଛନ୍ତି। କାରଣ ଭାରତ ସମେତ ଅନ୍ୟ ଦେଶଙ୍କ ନିମନ୍ତେ ଅନ୍ତର୍ଜାତୀୟ ପରିସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି। ଏଣୁ କ୍ୟାଲେଣ୍ଡର ବର୍ଷର ଦ୍ୱିତୀୟ ଷଣ୍ମାସିକ ଅନେକ ଦେଶଙ୍କ ଲାଗି କମଜୋର ରହିବା ସହ ଭାରତ ପାଇଁ ମଧ୍ୟ ସେପରି ରହିବ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.