ଋଷିଆ-ୟୁକ୍ରେନ ଯୁଦ୍ଧ: ବିଶ୍ୱବ୍ୟାଙ୍କ ମୁଖ୍ୟଙ୍କ ଚେତାବନୀ, କହିଲେ ଦୁନିଆ ଉପରେ ଘନେଇଛି ବୈଶ୍ୱିକ ମାନ୍ଦାବସ୍ଥାର ବିପଦ

Published By : Prameya-News7 Bureau | May 26, 2022 IST

ୱାସିଂଟନ ଡିସି ୨୬।୫: ଋଷିଆ ଓ ୟୁକ୍ରେନ ଯୁଦ୍ଧକୁ ୩ ମାସ ବିତିଗଲାଣି ଓ ଏହା ଏବେବି ଜାରି ରହିଛି। ଏହାର ବିପରୀତ ଯୁଦ୍ଧର ପ୍ରଭାବ ଆରମ୍ଭ ଦିନରୁ ହିଁ ବିଶ୍ୱ ଉପରେ ଅନୁଭୂତ ହେଉଛି। ଯୁଦ୍ଧର ଖରାପ ପ୍ରଭାବ ସାରା ବିଶ୍ୱରେ ମୁଦ୍ରାସ୍ପିତି ବୃଦ୍ଧିରେ ଏବେ ଦେଖାଯାଉଛି। ଏଥିରେ ବିଶ୍ୱବ୍ୟାଙ୍କ ମୁଖ୍ୟ ଡେଭିଡ ମାଲପାସ୍ ବୈଶ୍ୱିକ ମାନ୍ଦାବସ୍ଥା ନେଇ ଚେତାବନୀ ଦେଖିଛନ୍ତି। ମାଲପାସ ବୁଧବାର ଏକ ଆମେରିକୀୟ ବ୍ୟାପାର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଏହି ଚେତାବନୀ ଦେଇଛନ୍ତି।  

ସେ କହିଛନ୍ତି ଯେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଯୋଗୁ ବିଶ୍ୱ ଉପରେ ଆର୍ଥିକ ମାନ୍ଦାବସ୍ଥାର ବିପଦ ଘନେଇଛି। କାରଣ ଖାଦ୍ୟ, ଶକ୍ତି ଓ ସାର ମୂଲ୍ୟରେ ବୃଦ୍ଧି ଘଟିଛି। କେବଳ ଗୋଟିଏ କି ଦୁଇଟି ଦେଶ ନୁହେଁ ମୂଲ୍ୟ ବୃଦ୍ଧି ସମଗ୍ର ବିଶ୍ୱକୁ କବଳିତ କରିଛି। ବିଶ୍ୱ ଅର୍ଥବ୍ୟବସ୍ଥା ସଙ୍କୁଚିତ ହେଉଥିବାରୁ ଉପୁଜିଥିବା ସଂକଟ ସମ୍ପର୍କରେ ସତର୍କ କରାଇଛନ୍ତି। ଆମେ ଯେଉଁ ବୈଶ୍ୱିକ ଜିଡିପି ଦେଖୁଛେ ଏଥିରୁ ମାନ୍ଦାବସ୍ଥାରୁ ଆମେ କିପରି ମୁକୁଳିବା ତାହା ଏବେଠୁ କହିବା କଷ୍ଟକର ବୋଲି କହିଛନ୍ତି।

{"id":634699,"width":840,"height":300,"sizeSlug":"full","linkDestination":"none"}

ମାଲପାସ କହିଛନ୍ତି ଯେ ପେଟ୍ରୋଲିୟମ ମୂଲ୍ୟବୃଦ୍ଧି ବିଶ୍ୱର ଦେଶମାନଙ୍କରେ ମୁଦ୍ରସ୍ପିତି ବୃଦ୍ଧିରେ ଯୋଗଦାନ କରିଛି। ସେ କହିଛନ୍ତି ଯେ ଇନ୍ଧନ ମୂଲ୍ୟ ଦୁଇଗୁଣା କରିବାର ବିଚାର ହିଁ ମାନ୍ଦାବସ୍ଥାକୁ ମଜଭୁତ କରିବା ଲାଗି ଯଥେଷ୍ଟ। ଉଲ୍ଲେଖ ଯୋଗ୍ୟଯେ ଗତମାସରେ ବିଶ୍ୱବ୍ୟାଙ୍କ ନିଜର ବୈଶ୍ୱିକ ଆର୍ଥିକ ବିକାଶ ଅନୁମାନକୁ ୩.୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରି ଦେଇଥିଲେ। ସେ କହିଛନ୍ତି ଯେ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁ ଇୟୁରୋପର ସବୁଠୁ ବଡ଼ ତଥା ବିଶ୍ୱର ଚତୁର୍ଥ ବୃହତ୍ତ ଅର୍ଥବ୍ୟବସ୍ଥାରେ ମଧ୍ୟ ସଂକଟକୁ ଆସି ସାରିଛି।

ଡେଭିଡ ମାଲପାସ୍ ବିଶ୍ୱର ବିକାଶଶୀଳ ଦେଶ ବି ଏବେ ସାର, ଖାଦ୍ୟ ଶସ୍ୟ ଓ ଇନ୍ଧନ ଅଭାବର ସମ୍ମୁଖୀନ ହେଉଥିବା କହିଛନ୍ତି। ଋଷିଆ ଓ ୟୁକ୍ରେନ ଯୁଦ୍ଧ ସହ ବିଶ୍ୱବ୍ୟାଙ୍କ ମୁଖ୍ୟ ଚୀନ୍ ସହରାଞ୍ଚଳମାନଙ୍କରେ ଲକଡାଉନକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କରୋନାର ତାଜା ଲହର ଚୀନର ବିକାଶ ଆଶାକୁ ଧୂଳିସାତ କରିଦେଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.