oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ପଶ୍ଚିମବଙ୍ଗ ସରକାରକୁ ୧୦୦୦ କୋଟିର ଋଣ ଦେଲା ବିଶ୍ୱ ବ୍ୟାଙ୍କ, ଏହି ଉଦ୍ଦେଶ୍ୟରେ କରାଯିବ ଖର୍ଚ୍ଚ

22/01/2022 at 9:03 PM

କୋଲକାତା,୨୨/୦୧: ପଶ୍ଚିମବଙ୍ଗ ସରକାରକୁ ୧,୦୦୦ କୋଟି ଟଙ୍କାର ଋଣ ଦେଇଛି ବିଶ୍ୱ ବ୍ୟାଙ୍କ । ଗରିବ ଏବଂ ଦୁର୍ବଳ ବର୍ଗର ଲୋକଙ୍କୁ ସାମାଜିକ ସୁରକ୍ଷା ସେବା ପହଞ୍ଚାଇବାରେ ନିଜର ପ୍ରୟାସର ସମର୍ଥନ କରୁଥିବା ପଶ୍ଚିମବଙ୍ଗକୁ ବିଶ୍ୱ ବ୍ୟାଙ୍କ ଏହି ଋଣ ଦେଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଏକ ବୟାନ ଅନୁସାରେ, ଏହି ଋଣରେ ପ୍ରଶାସନକୁ ଟେଲି ମେଡିସିନ ମାଧ୍ୟମରେ ଚିକିତ୍ସା ସହାୟତା, ବୟସ୍କ ଏବଂ ଦିବ୍ୟାଙ୍ଗ ପାଇଁ ସହାୟତା ଏବଂ ସର୍ବାଜାନୀନ ଯୋଜନା ପାଇଁ ଲାଭର ଆବଣ୍ଟନ ପରି କ୍ଷେତ୍ରରେ ସୁଧାର ଆଣିବାରେ ସହାୟକ ହେବ ।

ରାଜ୍ୟ ସରକାରଙ୍କ ବୟାନ ଅନୁସାରେ, ଜାନୁଆରୀ ୧୯ରେ ପଶ୍ଚିମବଙ୍ଗର ସରକାରକୁ ଗରିବ ଏବଂ ଦୁର୍ବଳ ବର୍ଗ ଲୋକଙ୍କୁ ସାମାଜିକ ସୁରକ୍ଷା ଦେବାରେ ସାହାଯ୍ୟ କରିବା ପାଇଁ ପ୍ରାୟ ୧୨୫ ମିୟିଲନ ଡଲାରର ଋଣ ମଞ୍ଜୁର କରିଛି। ବୟାନରେ କୁହାଯାଇଛି ରାଜ୍ୟ ନିଜର ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ସହ ଗରିବ ଲୋକଙ୍କ ପାଖରେ ପହଞ୍ଚିବା କ୍ଷମତାକୁ ଅଧିକ ମଜବୁତ କରିବ । ମମତା ବାନାର୍ଜୀ ସରକାର ସାମାଜିକ ସହାୟତା, ସୁରକ୍ଷା ଏବଂ ରୋଜଗାର ପ୍ରଦାନ କରିବା ପାଇଁ ୪୦୦ରୁ ଅଧିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି।   

   Related Posts