scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଓ୍ବାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିୟନସିପ୍: ନୀରଜଙ୍କ ପରେ ଫାଇନାଲରେ କିଶୋର ଜେନା, ମନୁ ଡିପି

25/08/2023 at 5:29 PM

world athlete championship

ନୂଆଦିଲ୍ଲୀ, ୨୫/୦୮: ଓ୍ବାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିୟନସିପ୍‌ରେ ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ। ଜାଭଲିନ୍‌ ଥ୍ରୋର ଫାଇନାଲରେ ତିନି ଭାରତୀୟ। ବୁଦାପେଷ୍ଟରେ ଖେଳାଯାଉଥିବା ଚାମ୍ପିୟନସିପ୍‌ର କ୍ବାଲିଫିକେସନ ରାଉଣ୍ଡ୍‌ରେ ଭାରତୀୟ ଖେଳାଳି ନୀରଜ ଚୋପ୍ରା, କିଶୋର ଜେନା ଓ ମନୁ ଡିପି ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଜାଭଲିନ୍ ଥ୍ରୋର ଫାଇନାଲ ଖେଳାଯିବ ଯେଉଁଥି​‌ରେ ସମୁଦାୟ ୧୨ ଖେଳାଳି ପ୍ରତିଯୋଗିତା କରିବେ ।

ପ୍ରଥମ ପ୍ରୟାସରେ ଫାଇନାଲରେ ପ୍ରବେଶ କଲେ ନୀରଜ ଚୋପ୍ରା:

ଜାଭଲିନ୍‌ ଥ୍ରୋର କ୍ବାଲିଫିକେସନ ରାଉଣ୍ଡ୍‌ରେ ପ୍ରଥମ ପ୍ରୟାସରେ ୮୮.୭୭ ମିଟର ଭାଲା ଫିଙ୍ଗି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ନୀରଜ । ଖାଲି ସେତିକି ନୁହେଁ ନୀରଜ ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍‌ଙ୍କ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି। ଏହା ତାଙ୍କର ଚଳିତ ସିଜିନ୍‌ର ସର୍ବୋତ୍କୃଷ୍ଟ ପ୍ରଦର୍ଶନ। କ୍ବାଲିଫିକେସନ ରାଉଣ୍ଡରେ ନୀରଜ ଗ୍ରୁପ୍‌ ଏରେ ରହିଥିଲେ।

ଷଷ୍ଠରେ ମନୁ ଡିପି ଏବଂ ୯ମ ସ୍ଥାନରେ ରହିଛନ୍ତି କିଶୋର ଜେନା:

ଏହା ପ୍ରଥମ ଥର ଯେତେବେଳେ ତିନି ଭାରତୀୟ ଆଥଲିଟ୍‌ ଫାଇନାଲାରେ ମୁକାବିଲା କରିବେ। କାରଣ ଭାରତର ଅନ୍ୟ ଆଥଲିଟ୍‌ ମନୁ ଡିପି ଏବଂ କିଶୋର ଜେନା ମଧ୍ୟ ଫାଇନାଲରେ ପ୍ରବେଶ କରିଛନ୍ତି। ମନୁ ଡିପି ଦ୍ବିତୀୟ ପ୍ରୟାସରେ ବେଷ୍ଟ ଥ୍ରୋ (୮୧.୩୧ ମିଟର) ସହ ଫାଇନାଲରେ ପ୍ରବେଶ କରିଛନ୍ତି। ଆହୁରି ମଧ୍ୟ ଭାରତର ତୃତୀୟ ଜାଭଲିନ୍‌ ଥ୍ରୋ ଖେଳାଳି କିଶୋର ଜେନା ୮୦.୫୫ର ବେଷ୍ଟ ଥ୍ରୋ ସହ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଗ୍ରୁପ୍‌ ଏ ଏବଂ ବି ଖେଳ ସମାସ୍ତ ହେବା ପରେ ଭାରତର ତିନି ଖେଳାଳି ଫାଇନାଲରେ ପ୍ରବେଶ କରିଛନ୍ତି।

   Related Posts