ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଚମକିଲେ ନୀରଜ ଚୋପ୍ରା : ଫାଇନାଲରେ କଲେ ଏଣ୍ଟ୍ରି

Published By : Prameya-News7 Bureau | July 22, 2022 IST

ନୂଆଦିଲ୍ଲୀ, ୨୨।୦୭ : ଭାରତର ସୁନା ପୁଅ ନୀରଜ ଚୋପ୍ରୋ ଆଉ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି । ସେ ଆମେରିକାରେ ଆୟୋଜିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ବଡ ସଫଳତା ପାଇଛନ୍ତି । ସେ ଏହି ଚାମ୍ପିଅନସିପର ଫାଇନାଲରେ ପ୍ରଥମ ଥର ପାଇଁ କ୍ୱାଲିଫାଏ କରିଛନ୍ତି ।

ଭାରତର ଷ୍ଟାର ଆଥଲେଟ୍ ନୀରଜ ନିଜ ପ୍ରଥମ ପ୍ରୟାସରେ ୮୮.୩୯ ମିଟର ଦୂରକୁ ବର୍ଚ୍ଛା ଫିଙ୍ଗିଥିଲେ । ଏହାସହ ସେ ପୁରୁଷ ଇଭେଣ୍ଟ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଏହି ମୁକାବିଲାରେ ବିଭିନ୍ନ ଦେଶର ୩୪ ଖେଳାଳି ସାମିଲ ହୋଇଥିଲେ ।

ତେବେ ସବୁ ଖେଳାଳିଙ୍କ ମଧ୍ୟରେ ଫାଇନାଲ ପାଇଁ କଡା ପାଇଟ୍ ଦେଖିବାକୁ ମିଳିଥିଲା । ସମସ୍ତଙ୍କୁ ଦୁଇଟି ଗ୍ରୁପରେ ରଖାଯାଇଥିଲା । ଗ୍ରୁପ୍ ଏରେ ଥିବା ନୀରଜ ନିଜ କ୍ୟାରିଅରର ତୃତୀୟ ବେଷ୍ଟ ଥ୍ରୋ କରି କ୍ୱାଲିଫାଏ କରିଥିଲେ । ନୀରଜଙ୍କ ବ୍ୟତୀତ ଭାରତୀୟ ଆଥଲେଟ୍ ରୋହିତ ଯାଦବ ମଧ୍ୟ ଗ୍ରୁପ ବିରେ କଡା ଟକ୍କର ଦେଇଥିଲେ ।

ମୁକାବିଲାର ଫାଇନାଲରେ ନୀରଜଙ୍କ ସମେତ ଟପ୍ ୧୨ ଜଣ ଖେଳାଳି କ୍ଲାରିଫାଏ କରିଛନ୍ତି । ତେବେ ଚାମ୍ପିଅନସିପରେ ସୁନା ପଦକ ପାଇଁ ଆସନ୍ତା ୨୩ ତାରିଖରେ ମୁକାବିଲା ହେବ । ନୀରଜଙ୍କ ସହ ଚେକ୍ ଗଣରାଜ୍ୟର ଜାକୁବ ବାଦଲେଜଚ୍ ମଧ୍ୟ ପ୍ରଥମ ପ୍ରୟାସରେ ୮୫.୨୩ ମିଟର ଦୂରକୁ ବର୍ଚ୍ଛା ଫିଙ୍ଗି ଫାଇନାଲରେ ଏଣ୍ଟ୍ରି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.