ସମ୍ପୂର୍ଣ୍ଣ ଭଲ ହେବ ଶ୍ବାସରୋଗ : ଜାଣନ୍ତୁ ଶ୍ବାସରୋଗୀମାନେ କ’ଣ ଖାଇବେ ଏବଂ କେଉଁ ଖାଦ୍ୟଠାରୁ ଦୂରେଇ ରହିବେ
5/05/2020 at 1:05 PM

ଆଜି ବିଶ୍ବବ୍ୟାପି ବିଶ୍ବ ଶ୍ବାସରୋଗ ଦିବସ ପାଳନ କରାଯାଉଛି। ଶ୍ବାସରୋଗ ଏକ ଏପରି ରୋଗ ଯେଉଁଥିରେ ଶ୍ବାସନଳୀ ସଙ୍କୋଚନ ଯୋଗୁଁ ରୋଗୀଙ୍କୁ ନିଃଶ୍ବାସ ନେବାକୁ ସମସ୍ୟା ହୋଇଥାଏ। ଶ୍ବାସରୋଗୀଙ୍କୁ ନିଜ ଡାୟେଟର ଖାସ୍ ଧ୍ୟାନ ରଖିବାକୁ ପଡ଼ିଥାଏ କାରଣ ସାମାନ୍ୟ ଭୁଲ୍ ଶ୍ବାସ ଘାତର କାରଣ ହୋଇପାରେ। ଏପରି ପରିସ୍ଥିତିରେ ବିଶ୍ବ ଶ୍ବାସରୋଗ ଦିବସ ଅବସରରେ ଆମେ ଜାଣିବା ଯେ ଏହି ରୋଗରେ ଆପଣଙ୍କୁ କ’ଣ ଖାଇବା ଉଚିତ୍ ଏବଂ କ’ଣ ନଖାଇବା ଅନୁଚିତ୍।

ଗ୍ରୀଷ୍ମ ଦିନରେ ସଂକ୍ରମଣର ଆଶଙ୍କା ବଢ଼ି ଯାଇଥାଏ ଏବଂ ଏହା ସହିତ ଗ୍ରୀଷ୍ମ ଦିନରେ ଗରମ ପବନ ଶ୍ବାସ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଗ୍ରୀଷ୍ମ ଦିନରେ ଧୂଳି ବେଶୀ ଉଡ଼ିଥାଏ,ଯାହା ଫଳରେ ଶ୍ବାସ ରୋଗୀଙ୍କୁ ଆଲର୍ଜି ହୋଇଥାଏ। ଏହା ବ୍ୟତୀତ ଖରାରେ ବାହାରୁ ଆସିବା ପରେ ଆପଣ ତୁରନ୍ତ କିଛି ଥଣ୍ଡା ଖାଇ ଦେଇଥାନ୍ତି ଯାହା ଫଳରେ କାଶ,କଫ ଏବଂ ଗଳା ସଂକ୍ରମଣ ହୋଇଥାଏ। ଏହା ଶ୍ବାସରୋଗୀଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇଥାଏ।

ଶ୍ବାସରୋଗୀଙ୍କ ପାଇଁ ଆହାର :

୧.ଗ୍ରୀନ ଟି : ଯଦି ଆପଣ ଶ୍ବାସ ରୋଗୀ ତେବେ କ୍ଷୀର ଚା ନ ପିଇ ଗ୍ରୀନ୍ ଟି କିମ୍ବା ବ୍ଲାକ୍ ଟି ସେବନ କରନ୍ତୁ। ଏହା ବ୍ୟତୀତ ଆପଣ ନିଜ ଡାୟେଟରେ ନଡ଼ିଆ ପାଣି,ଫଳ ଏବଂ ଭେଜିଟେବଲ୍ ଜୁସ୍ ସାମିଲ କରନ୍ତୁ।

୨.ସୁସ୍ଥ ଖାଦ୍ୟ : ନିଜ ଡାୟେଟରେ ମାଛ ତେଲ,ଆଖରୋଟ,କଖାରୁ ମଞ୍ଜି,ପନି,ସୋୟାବିନ୍,ଡାଲଚିନି,ସୋରିଷ ତେଲ,ନଟସ୍ ଆଦି ସାମିଲ କରନ୍ତୁ। ଏହା ବ୍ୟତୀତ ଅଟା ରୁଟି,ଯଅ ରୁଟି,ଡାଲିଆ ଏବଂ ମୁଗ ଡାଲି ସେବନ ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ।

୩.ସବୁଜ ପନିପରିବା : ନିଜ ଡାୟେଟରେ ସବୁଜ ପନିପରିବା,ଶାଲଗମ୍,ପୋଦିନା,ଅଦା,ରସୁଣ,ଆଳୁ,ବ୍ରୋକୋଲି ଏବଂ ତୁଳସୀ ଆଦିକୁ ସାମିଲ କରନ୍ତୁ।

୪.ଭିଟାମିନ୍ ସି ଯୁକ୍ତ ଫଳ : ଶ୍ବାସରୋଗୀଙ୍କୁ ଭିଟାମିନ୍ ସି ଯୁକ୍ତ ଜିନିଷ ଯେପରିକି ଖରଭୁଜ,ତରଭୁଜ,ଅଙ୍ଗୁର,ଅମୃତଭଣ୍ଡା,କିଓ୍ବି,ଅଁଳା,ଡାଳିମ୍ବ,ସେଓ,ଖଜୁରୀ,ତୁତ ଫଳ,କମଳା,ଲେମ୍ବୁ,ବ୍ରୋକୋଲି,ଟମାଟୋ,କ୍ୟାପସିକମ୍ ଏବଂ ଗଜାମୁଗ ଆଦି ଅଧିକ ସେବନ କରିବା ଉଚିତ୍।

୫.ବିଟା କ୍ୟାରୋଟିନ୍ : ବିଟା କ୍ୟାରୋଟିନରେ ଭରପୂର ଜିନିଷ ମଧ୍ୟ ଶ୍ବାସରୋଗୀଙ୍କ ପାଇଁ ଅତ୍ୟଧିକ ଲାଭଦାୟକ। ଏଥିପାଇଁ ଆପଣ ନିଜ ଡାୟେଟରେ ଗାଜର,ଆପ୍ରିକଟ୍,ଚେରୀ,କଞ୍ଚା ଲଙ୍କା,କ୍ୟାପସିକମ୍ ଏବଂ କନ୍ଦମୂଳ ଆଦି ସେବନ କରି ପାରିବେ।

୬.ମହୁ ଏବଂ ଅଦା : ଏଥିରୁ ଆରାମ ପାଇବା ପାଇଁ ଅଦା,ଡାଲିମ୍ବ ରସ ଏବଂ ମହୁକୁ ବରାବର ମାତ୍ରାରେ ମିଶାଇ ଦିନକୁ ୨-୩ଥର ନିଅନ୍ତୁ। ଏହା ବ୍ୟତୀତ ୧ଚାମଚ ଅଦା ରସକୁ ୧/୨କପରେ ଫୁଟାଇ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ। ଏହା ଦ୍ବାରା ମଧ୍ୟ ଆରାମ ମିଳିବ।

୭.କଫି : ଶ୍ବାସରୋଗୀଙ୍କ କଫି ଲାଭଦାୟକ ହୋଇଥାଏ। ଆପଣ ଦିନରେ ୨କପ୍ କଫି ପିଇ ପାରନ୍ତି। ଏହା ବ୍ୟତୀତ ତୁଳସୀ ଚା ପିଇବା ଦ୍ବାରା ଶ୍ବାସରୋଗୀଙ୍କୁ ଆରାମ ମିଳିଥାଏ।

୮.ଡ୍ରାଏ ଫ୍ରୃଟସ୍ : ଡ୍ରାଏ ଫ୍ରୃଟସରେ ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ ଇ ଥାଏ,ଯାହା ଶ୍ବାସରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ଏହା ସହିତ ଏହା ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଯାହା ଫଳରେ ଶରୀରକୁ ରୋଗ ସହ ଲଢ଼ିବାରେ ଶକ୍ତି ମିଳିଥାଏ। ଆପଣ ଏହାକୁ ସ୍ନାକସ ଭାବେ ଡାୟେଟରେ ସାମିଲ କରିପାରିବେ।
ଖାଆନ୍ତୁ ନାହିଁ ଏସବୁ ଜିନିଷ :

୧.ଛଣା ଜିନିଷ : ଛଣା ଏବଂ ମସଲାଯୁକ୍ତ ଜିନିଷ ଶ୍ବାସରୋଗକୁ ବଢ଼ାଇଥାଏ। ଏପରି କ୍ଷେତ୍ରରେ ଯେତେ ସମ୍ଭବ ସେତେ ଏସବୁଠୁ ଦୂରେଇ ରୁହନ୍ତୁ। ଏହା ବ୍ୟତୀତ ବାସି ଭୋଜନ ଏବଂ ଲହୁଣୀ ସେବନ ଶ୍ବାସରୋଗୀଙ୍କ ପାଇଁ ହାନିକାରକ ହୋଇଥାଏ।

୨.ବାଦାମ : ବାଦାମ ଶ୍ବାସରୋଗୀଙ୍କ ପାଇଁ ହାନିକାରକ ହୋଇଥାଏ। ଏହା ଦ୍ବାରା କାଶ ଏବଂ ଶ୍ବାସ ଫୁଲିବାର ସମସ୍ୟା ହୋଇପାରେ।

୩.ଜଙ୍କ୍ ଫୁଡ : ବଜାରରେ ମିଳୁଥିବା ଜଙ୍କ୍ ଫୁଡ ଶ୍ବାସରୋଗୀଙ୍କ ପାଇଁ ହାନିକାରକ ହୋଇଥାଏ। ଏହା ସହିତ ଏହା ଦ୍ବାରା ଅନ୍ୟ ରୋଗ ହେବାର ଆଶଙ୍କା ମଧ୍ୟ ବଢ଼ିଯାଇଥାଏ।

୪.ଚାଉଳ,ଦହି ଏବଂ ଆଇସକ୍ରିମ୍ : ଶ୍ବାସରୋଗୀ ଚାଉଳ,ଦହି, ଆଇସକ୍ରିମ୍,ଆମଚୁର,ତେନ୍ତୁଳି,ଲସି,ମଦ,ମାଂସ,ଚିକେନ,ଗୁଡ଼,ଚଣା ଏବଂ ଆଇସକ୍ରିମ୍ ଆଦି ଖାଇବା ଅନୁଚିତ୍।

୫.ଅଣ୍ଡା ଏବଂ ଏଥିରୁ ପ୍ରସ୍ତୁତ ଖାଦ୍ୟ : ଅଣ୍ଡା ଏବଂ ଏଥିରୁ ପ୍ରସ୍ତୁତ ଖାଦ୍ୟ ମଧ୍ୟ ଶ୍ବାସରୋଗୀଙ୍କ ପାଇଁ ହାନିକାରକ ହୋଇଥାଏ। ଏହା ଦ୍ବାରା ଆପଣଙ୍କୁ ସ୍କିନ୍ ଆଲର୍ଜି ହୋଇଥାଏ।

୬. ଅଧିକ ଲୁଣ ଖାଆନ୍ତୁ ନାହିଁ : ଶ୍ବାସ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଅଧିକ ଲୁଣ ଖାଇବା ଅନୁଚିତ୍। ଭୋଜନରେ ଅଳ୍ପ ଲୁଣ ମିଶାନ୍ତୁ।