କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ; ଆହତ ସାମ୍ବାଦିକ ମେଡିକାଲରେ ଭର୍ତ୍ତି, ଥାନାରେ ମାମଲା ରୁଜୁ

Published By : Prameya-News7 Bureau | March 14, 2019 IST

ବଲାଙ୍ଗୀର ୧୪|୩ : ବଲାଙ୍ଗୀର ସହରରେ ଏବେ ଅସୁରକ୍ଷିତ ସାମ୍ବାଦିକ। ବାରମ୍ବାର ହେଉଛି ସାମ୍ବାଦିକଙ୍କ ଉପରେ ଆକ୍ରମଣ।  ଏଭଳି ଏକ ଘଟଣା ଘଟିଛି ଆଜି ବଲାଙ୍ଗୀର ବିଷ୍ଣୁମୁଣ୍ଡା ଗାଁ ଠାରେ। ପାଣି ସମସ୍ୟା ପାଇଁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ହୋଇଛି ସାମ୍ବାଦିକଙ୍କୁ ଆକ୍ରମଣ। ଏକ ବୈଦ୍ୟୁତିକ ଗଣମାଧ୍ୟମ ସାମ୍ବାଦିକ ଓ ଅନ୍ୟଜଣେ ଗଣମାଧ୍ୟମ କର୍ମଚାରୀ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ଭିଡିଓ ସୁଟିଂ କରିଥିଲେ।

{"id":93563}

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ବିରୋଧ କରିବା ସହ ନିଜ ମୋବାଇଲରେ ଭିଡିଓ ରେକର୍ଡିଂ କରିଥିଲେ । ପରେ ତାଙ୍କୁ ମନା କରିବାରୁ ସାମ୍ବାଦିକଙ୍କ କ୍ୟାମେରା ଟାଣି ନେଇ ଫୋପାଡିବା ସହ ମାଡ ମାରିବା ଆରମ୍ଭ କରିଥିଲେ। କ୍ୟାମେରାରୁ ମେମୋରି କାର୍ଡ ମଧ୍ୟ ଟାଣିନେଇଛନ୍ତି ଦୁବୃତ୍ତ। ତେବେ ପାଖାପାଖି ୧୦ ରୁ ୧୫ ଜଣ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇ ସିଧା ଆଦର୍ଶ ଥାନାକୁ ଆସି ସମସ୍ତ ଘଟଣା ଜଣାଇବା ସହ ଏତଲା ଦେଇଛନ୍ତି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.