ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଓ୍ୱାର୍କହାର୍ଡ୍ ହସ୍ପିଟାଲର ୨୬ଜଣ ନର୍ସଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍, ମେଡିକାଲ ସିଲ୍ କଲା ମୁମ୍ବାଇ ପ୍ରଶାସନ

6/04/2020 at 3:22 PM

ମୁମ୍ବାଇ, ୦୬|୦୪:  ମୁମ୍ବାଇ ସହରର ଆଗ୍ରିପଡାରେ ଥିବା ଓ୍ୱକହାର୍ଡ୍ ହସ୍ପିଟାଲକୁ ସିଲ୍ କରି ଦିଆଯାଇଛି । ଏହି ହସ୍ପିଟାଲର ୨୬ଜଣ ନର୍ସ କରୋନା ସଂକ୍ରମିତ ହେବା ପର ଏହି ପଦକ୍ଷେପ ନିଆଯାଇଛି । ବିରହନମୁମ୍ବାଇ ମୁନିସିପାଲ କର୍ପୋରେସନ ଏହି ହସ୍ପିଟାଲକୁ ସିଲ୍ କରିବା ସହ ଏହାଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି ।

ବିଏମସିର ସ୍ୱାସ୍ଥ୍ୟ ସଚିବ ସୁରେଶ କାକାନୀ କହିଛନ୍ତି ଯେ, ସେମାନେ ହସ୍ପିଟାଲକୁ ସିଲ୍ କରିଦେଇଛନ୍ତି । ହସ୍ପିଟାଲର କର୍ମଚାରୀମାନଙ୍କ ରିପୋର୍ଟ ନଆସିବା ଯାଏଁ ସେମାନେ ବାହାରକୁ ଯାଇ ପାରିବେ ନାହିଁ । ଏହା ହସ୍ପିଟାଲ କର୍ତୃପକ୍ଷଙ୍କ ଭୁଲ ଅଟେ । ଏଠାରେ ୩୦୦ରୁ ଅଧିକ ବ୍ୟକ୍ତି କ୍ୱାରେଣ୍ଟାନରେ ରହିଥିଲେ । କିନ୍ତୁ ମେଡିକାଲ ପକ୍ଷରୁ କୌଣସି ସତର୍କତାମୂଳକ ପଦକ୍ଷେପ ନିଆଯାଇନଥିଲା । ଏହାର ତଦନ୍ତ ପାଇଁ ଟିମ୍ ଗଠନ କରାଯାଇଥିବା ସେ କହିଛନ୍ତି ।

ଗତ ୨୮ ତାରିଖରେ ସାଧାରଣ ଆଇସିୟୁରେ କାମ କରୁଥିବା ୨ଜଣ ନର୍ସଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ଅନ୍ୟ ୨୬ଜଣଙ୍କ ଟେଷ୍ଟ ରିପୋର୍ଟ  ପଜିଟିଭ୍ ଆସିଥିଲା । ଏପରିକି କ୍ୱାରଣ୍ଟାଇନ ଓ୍ୱାର୍ଡରେ ଥିବା ସ୍କ୍ରିନ, ବେଡସିଟକୁ ସାଧାରଣ ଓ୍ୱାର୍ଡରେ ମଧ୍ୟ ବ୍ୟବହାର କରଯାଇଥିବା କିଛି ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।

ଜଣେ ନର୍ସ କହିଛନ୍ତି ଯେ, ବିଏମସି ଅଧିକାରୀ ହସ୍ପିଟାଲର ଯାଂଚ ପାଇଁ ଆସିବା ବେଳେ ଅନେକ ନର୍ସ ସେମାନଙ୍କ କରୋନା ଲକ୍ଷଣ ବାବଦରେ ପ୍ରକାଶ କରିଥିଲେ । ପରେ ମେଡିକାଲର ବରିଷ୍ଠ ଅଧିକାରୀମାନେ ଏନେଇ ନର୍ସଙ୍କ ଉପରେ ରାଗିଥିଲେ । ଏବେ ମେଡିକାଲର ୨୭୦ ଜଣ କର୍ମଚାରୀଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଛି । 

   Related Posts