suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସାରୁଅ ତରଙ୍ଗ ଷ୍ଟୁଡିଓ ସମ୍ମୁଖରେ ଶ୍ରମିକଙ୍କ ଧାରଣା ପଞ୍ଚମ ଦିନରେ, ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ନହଟିବାକୁ ଚେତାବନୀ

5/11/2020 at 2:22 PM

ଖୋର୍ଦ୍ଧା ୫।୧୧: ସାରୁଅ ତରଙ୍ଗ ଷ୍ଟୁଡିଓରେ କାମ କରୁଥିବା ଠିକା ଶ୍ରମିକଙ୍କ ଧାରଣା ପଞ୍ଚମ ଦିନରେ ପହଞ୍ଚିଛି । ସ୍ଥାୟୀ ନିଯୁକ୍ତି, ସରକାରଙ୍କ ନିୟମ ଅନୁଯାୟୀ ବେତନ ଓ ଇପିଏଫ, ଇଏସଆଇ, ଜୀବନ ବୀମା ପାଇଁ ଶ୍ରମିକମାନେ ଦାବି କରିଛନ୍ତି ।

ତରଙ୍ଗ ଷ୍ଟୁଡିଓର ଠିକା ଶ୍ରମିକ ପ୍ରଭାତ ମଲ୍ଲିକ ଓ ଅନ୍ୟ ୧୦ ଜଣଙ୍କୁ ଗାଳିଗୁଲଜ ଅଭିଯୋଗରେ ଓଡିଶା ଇମ୍ଫ୍ରାଟେକର ସାଇଟ୍ ଇଂଜିନିୟର ଦୀନବନ୍ଧୁ ସାମନ୍ତ ଓ ସୁପରଭାଇଜର ବିଶ୍ବଜିତ୍ ରାଉତରାୟ ବାଘମାରୀ ପୋଲିସ୍ ଦ୍ବାରା ଗିରଫ ହୋଇଥିଲେ । ଆଜି ଏହି ଦୁଇ ଜଣଙ୍କର ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦ୍ବୌରା ଜଜ୍ଙ୍କ କୋର୍ଟରେ ଜାମିନ ଆବେଦନର ଶୁଣାଣି ହେବ ।

ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଧାରଣାରେ ବସିଥିବା ଶ୍ରମିକମାନଙ୍କୁ ବୁଝା ସୁଝା କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶ୍ରମିକମାନେ ଧାରଣାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

   Related Posts