MCLରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ଜିଲ୍ଲାପାଳ ଅଫିସ ଘେରାଉ, ୭ ଦଫା ଦାବିରେ ବିକ୍ଷୋଭ
21/03/2023 at 2:49 PM

ଅନୁଗୁଳ ୨୧/୦୩: ମହାନଦୀ କୋଲଫିଲଡ଼ କଣ୍ଟ୍ରାଚୁଆଲ ଟ୍ରାନ୍ସପୋର୍ଟ ୱକର୍ସ ୟୁନିୟନ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ । ସାମାସ କାମକୁ ସମାନ ଦରମା ସହ ଏମିତି ୭ ଦଫା ଦାବିନେଇ ଠିକା ଶ୍ରମିକ ମାନେ ବିକ୍ଷୋଭ କରିଛନ୍ତି ।

MCL ଏବଂ ଏହାର ସବ୍ସିଡେରୀ କମ୍ପାନୀରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀଙ୍କୁ MCL କର୍ମଚାରୀଙ୍କ ଭଳି ଅନ୍ୟାନ୍ୟ ଆନୁସାଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉନଥିବା ଅଭିଯୋଗ ଆଣିଛନ୍ତି । ୭ ଦଫା ଦାବି ମଧ୍ୟରେ ପ୍ରଥମତଃ CIL HPC ହାରରେ ସମସ୍ତ ଠିକା କର୍ମଚାରୀ ଙ୍କୁ ଦରମା ସହ ସମାନ କାମକୁ ସମାନ ଦରମା ପ୍ରଦାନ,ସମସ୍ତ ଠିକା କର୍ମଚାରୀଙ୍କୁ ESI ଅନ୍ତର୍ଭୁକ୍ତ କରାଯିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରଦାନ, ଠିକା ଶ୍ରମିକଙ୍କୁ MCL ର IR ଅନ୍ତର୍ଭୁକ୍ତ କରାଯାଉ ଏବଂ କାର୍ଯ୍ୟ କରୁଥିବା ସମୟରେ ମୁତ୍ଯୁ ହେଲେ ଏକ୍ସଗ୍ରାସିଆ ବାବଦରେ ୫୦ଲକ୍ଷ ଟଙ୍କା ପ୍ରଦାନ ଏପରି ୭ଦଫା ସମ୍ବଳିତ ଦାବିପତ୍ର ଅନୁଗୁଳ ଜିଲ୍ଲାପାଳଙ୍କୁ ଦେଇଛନ୍ତି ।
ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି ୟୁନିୟନ । ତାଳଚେର ବିଧାୟକଙ୍କ ନେତୃତ୍ୱରେ ଏହି ଦାବିପତ୍ର ଦିଆଯାଇଛି ।