suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଚୀନର ଆଣ୍ଟିଜେନ କିଟ୍ କମ୍ପାନି ବାହାରେ ପୋଲିସ-କର୍ମଚାରୀ ମଧ୍ୟରେ ଭୟଙ୍କର ସଂଘର୍ଷ, ଦେଖନ୍ତୁ ଭିଡିଓ

8/01/2023 at 10:57 PM

ନୂଆଦିଲ୍ଲୀ: ଚୀନରେ କରୋନା ସ୍ଥିତି ଲଗାତାର ସଙ୍ଗୀନ ହେବାରେ ଲାଗିଛି । ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଯାଇଛି । ଲୋକଙ୍କ ଅସୁବିଧା କହିଲେ ନ ସରେ । ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ଏବଂ ଲୋକଙ୍କ ମଧ୍ୟରେ ସଂଘର୍ଷର ଭିଡିଓ ମଧ୍ୟ ସାମନାକୁ ଆସିଛି । ଏହାରି ଭିତରେ ଚୀନର ଏକ କରୋନା ଆଣ୍ଟିଜେନ କିଟ୍ ଉତ୍ପାଦନ କାରଖାନା ବାହାରେ ପୋଲିସ ଏବଂ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତିର ଭିଡିଓ ସାମନାକୁ ଆସିଛି । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ରୟଟର୍ସର ରିପୋର୍ଟ ଅନୁସାରେ, ପାରିଶ୍ରମିକ ଏବଂ ଛଟେଇକୁ ବିରୋଧ କରି କର୍ମଚାରୀମାନେ କମ୍ପାନି ଆଗରେ ପ୍ରଦର୍ଶନ କରୁଛନ୍ତି । ଚୋଙ୍ଗକିଙ୍ଗର ସେଣ୍ଟ୍ରାଲ ମ୍ୟୁନିସିପାଲଟିରେ ଏହି ସଂଘର୍ଷ ଦେଖିବାକୁ ମିଳିଛି । ପୋଲିସ ଏବଂ କିଟ୍ କମ୍ପାନି ଜାୟବୋ ପକ୍ଷରୁ ସ୍ଥିତି ଉପରେ କୌଣସି ପ୍ରତିକ୍ରିୟା ସାମନାକୁ ଆସି ନାହିଁ । ତେବେ ଅନେକ ମିଡିଆ ରିପୋର୍ଟ ଅନୁସାରେ, ପାରିଶ୍ରମିକ ଏବଂ ଚାକିରିରୁ ଛଟେଇକୁ ବିରୋଧ କରି କର୍ମଚାରୀମାନେ ପ୍ରତିବାଦ କରୁଛନ୍ତି । ଉଲ୍ଲେଖଯୋଗ୍ୟ ଏହି କର୍ମଚାରୀମାନଙ୍କ ନିକଟରେ ଅତୀତରେ ନିଯୁକ୍ତି ଦିଆଯାଇଥିଲା ।

କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ, ଏହା କେବଳ କମ୍ପାନି ପରିଚାଳନା କର୍ତ୍ତୃପକ୍ଷଙ୍କୁ ବିରୋଧ କରି ପ୍ରଦର୍ଶନ କରାଯାଇଥିବା ଭିଡିଓରେ କିଛି ପ୍ରଦର୍ଶନକାରୀ କହୁଥିବା ଶୁଣିବାକୁ ମିଳୁଛି । ତେବେ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ପ୍ରଦର୍ଶନକୁ ବଳପୂର୍ବକ ବନ୍ଦ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।  

   Related Posts