ଦୁର୍ଘଟଣା ପରେ ଶ୍ରମିକ ଅଶାନ୍ତି, ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
13/04/2023 at 5:02 PM

ଭଦ୍ରକ ୧୩।୪: ବଢୁଛି ଶ୍ରମିକ ଅଶାନ୍ତି । ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ଭଦ୍ରକ ଜିଲ୍ଲା ବେଦାନ୍ତ ଫେକରରେ ଦୁର୍ଘଟଣା ପରେ ଶ୍ରମିକ ଅଶାନ୍ତି ଦେଖାଦେଇଛି । ଦୁଇ କର୍ମଚାରୀ ଗୁରୁତର ହେବା ପରେ ଶ୍ରମିକ ସଂଘ ତରଫରୁ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦିଆଯାଇଛି ।
ଶ୍ରମିକ ସଂଘର ଦାବି ଅନୁଯାୟୀ ବିନା କାରଣରେ କେତେକ ଶ୍ରମିକଙ୍କୁ ପୋଲିସ ଗିରଫ କରିଛି । କିନ୍ତୁ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଆଗାମୀ ୭ ଦିନରେ କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କୁ ଗିରଫ କରା ନଗଲେ ଆନ୍ଦୋଳନ ଜୋରଦାର ହେବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଶ୍ରମିକ ସଂଘର କର୍ମକର୍ତ୍ତା କହିଛନ୍ତି ।
Related Posts
ସାଙ୍ଗକୁ ଛୁରାମାଡ କଲେ ସାଙ୍ଗ, ଚାଲିଗଲା ଯୁବକଙ୍କ ଜୀବନ
25 September 2023
ପୂରଣ ହେଲାନି ୫ ଦଫା ଦାବି, ଆମରଣ ଅନଶନରେ ଜେଲ୍ କର୍ମଚାରୀ
25 September 2023
ଜୟପୁରରେ ମାତିଲେ ଏରାଗୁଲା ଗ୍ୟାଙ୍ଗ୍, ଆଖି ପିଛୁଳାକେ ଲୁଟି ନେଲେ ୩ଲକ୍ଷ ଟଙ୍କା
25 September 2023