ସାଲେପୁର: କାମ କରୁଥିବା ବେଳେ ଛାତରୁ ପଡ଼ି ଶ୍ରମିକ ମୃତ୍ୟୁ। ମୃତ ଶ୍ରମିକ ଜଣେ ହେଲେ ସାଲେପୁର ଥାନା କେନ୍ଦୁପାଟଣା ଗ୍ରାମର ରଂଜନ ବେହେରା।
ସୂଚନା ଅନୁଯାୟୀ, ରଞ୍ଜନ ସାଲେପୁର ଚନ୍ଦ୍ରଦେଇପୁର ଗ୍ରାମରେ କାମ କରୁଥିବା ବେଳେ ଛାତରୁ କୌଣସି କାରଣ ବଶତଃ ଖସିପଡ଼ି ଗୁରୁତର ହୋଇପଡ଼ିଥିଲେ ।
ପ୍ରଥମେ ସାଲେପୁର ମେଡିକାଲକୁ ନିଆଯାଇଥିଲା। ହେଲେ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଥିଲା। ସେଠାରେ ରଞ୍ଜନକୁ ଡାକ୍ତର ମୃତ ଘୋଷଣା କରିଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି। ରଞ୍ଜନଙ୍କ ମୃତଦେହ କଟକ ମେଡିକାଲରେ ରଖାଯାଇଛି।