ପଥର ଖାଦାନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

Published By : Prameya-News7 Bureau | November 27, 2024 IST

ଟିଟିଲାଗଡ଼: ଗ୍ରାନାଇଟ ପଥର ଖାଦାନରେ କାମ କରୁଥିବା ସମୟରେ ପଥର ଉପରେ ପଡି  ଚାଲିଗଲା ଶ୍ରମିକଙ୍କ ଜୀବନ । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଳା ଥାନା ଅନ୍ତର୍ଗତ ସମିଆପଡ଼ାରେ ଥିବା ଖାଦାନାରେ। ମୃତ ଶ୍ରମିକ ହେଉଛନ୍ତି ୩୯ ବର୍ଷୀୟ ଚିତ୍ରସେନ ବଚ୍ଛା । ସେ ଦୀର୍ଘ ଦିନରୁ ଏହି ଗ୍ରାନାଇଟ ପଥର ଖାଦନରେ କାମ କରି ଆସୁଥିଲେ। 

ସୂଚନା ଅନୁଯାୟୀ, ବୁଧବାର ଗ୍ରାନାଇଟ ପଥର ଖାଦାନର ଉପରେ କାମ କରୁଥିବା ବେଳେ କୌଣସି କାରଣରୁ ଉପରୁ ତଳକୁ ପଡ଼ିଯାଇଥିଲେ ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ମୁତ୍ୟୁ ଘଟିଥିଲା। ଖବର ପାଇ ଘଟଣା ସ୍ଥଳରେ ପ୍ରଥମେ ସିନ୍ଧେକେଲା ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିଛି। 

ତେବେ ମୃତ ଶ୍ରମିକଙ୍କ ପରିବାର ଲୋକେ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ଦାବି କରି ଶବ ନେବାକୁ ରାଜି ନହେବାରୁ ଟିଟିଲାଗଡ଼ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।   ପୋଲିସ ଜବତ ଶବକୁ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ଡାକ୍ତରଖାନାକୁ ପଠାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.