ଠିକା ସଂସ୍ଥା ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ହୋଇପାରୁନି କାମ, ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକ

Published By : Prameya-News7 Bureau | June 30, 2022 IST

ଭଦ୍ରକ ୩୦।୬: ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅନ୍ତର୍ଗତ ବାରୋ ପଞ୍ଚାୟତ ଦେଇ ପ୍ରବାହିତ ହୋଇଥିବା ନାଳିଆ ନଦୀଟି ପୋତି ହୋଇ ପଡିଥିଲା । ଫଳରେ ବନ୍ୟା ଜଳ ନିଷ୍କାସନରେ ବହୁ ଅସୁବିଧା ହେଉଥିଲା । ଲୋକଙ୍କ ଘରେ ବନ୍ୟା ଜଳ ପଶିବା ସହିତ ଚାଷ ଜମିରେ ପ୍ରତିବର୍ଷ ଧାନ ଫସଲ ନଷ୍ଟ ହେଉଥିଲା । ସ୍ଥାନୀୟ ବାସିନ୍ଦାଙ୍କ ବାରମ୍ବାର ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ, ସାଳନ୍ଦୀ କେନାଲ ଡିଭିଜନ ମାଧ୍ୟମରେ ନାଳିଆ ସଂସ୍ଥାର କାର୍ଯ୍ୟର ଟେଣ୍ଡର ଆହ୍ବାନ କରି କାର୍ଯ୍ୟ ଆରମ୍ଭ କଲେ । ପ୍ରାୟ ୪ କୋଟି ୬୫ ଲକ୍ଷ ୫୬ ହଜାର ଟଙ୍କା ବ୍ୟୟ ଅଟକଳରେ ଏହି ନଦୀର ସଂସ୍କାର ପାଇଁ ଅନୁଦାନ ମିଳିଲା । ଜଳ ନିଷ୍କାସନ ପାଇଁ ନୂଆ ନଦୀ ଖନନ, କୂଳ ବନ୍ଧ ନିର୍ମାଣ ଆଦି ପାଇଁ ଟେଣ୍ଡର ଆହ୍ବାନ କରାଯାଇ ଗତ ଜାନୁଆରୀ ମାସରୁ କାମ ଆରମ୍ଭ ହେଲା ।

{"id":649570,"sizeSlug":"full","linkDestination":"none"}

ସେହି କାର୍ଯ୍ୟାଦେଶ ଅନୁଯାୟୀ ନାଳିଆ ନଦୀର ବାରୋ ଛକଠାରୁ ଦାଣ୍ଡିନାଳ, କାଣ୍ଡିବିଡି ପର୍ଯ୍ୟନ୍ତ ଦୀର୍ଘ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ପୁରୁଣା ନାଳିଆ ନଦୀର ପୁନଃଉଦ୍ଧାର ପାଇଁ ଖନନ କରାଯାଇଛି ।  କିନ୍ତୁ ତାହା ଠିକ ଭାବେ ହୋଇନାହିଁ । ନଦୀ ଭିତରେ ହୁଡା ହୁଡ଼ା ହୋଇ ମାଟି ରହିଛି । ଫଳରେ ବନ୍ୟା ଜଳ ଠିକ୍ ଭାବେ ନିଷ୍କାସନ ହୋଇପାରିବ ନାହିଁ ବୋଲି କହିଛନ୍ତି ଚାଷୀ ।

{"id":649566,"sizeSlug":"full","linkDestination":"none"}

ସେହିଭଳି ବାରୋ ମେଳନ ପଦା ପାଖରୁ ଦାଣ୍ଡିନାଳ ମଧ୍ୟ ଦେଇ ନୂତନ ନାଳିଆ ନଦୀ ଖନନ କାଁପଡା ପଂଚାୟତର ହୀରାଘାଇ ପର୍ଯ୍ୟନ୍ତ ଦୀର୍ଘ ୪ କି.ମି. କରାଯାଉଛି ଓ କୂଳ ବନ୍ଧ ମଧ୍ୟ ନିର୍ମାଣ କରାଯାଉଛି । ହେଲେ କାମ ସମ୍ପର୍କରେ ସୂଚନା ଫଳକଟିଏ ମଧ୍ୟ ନାହିଁ । କାର୍ଯ୍ୟ ନିର୍ମାଣ ଚାଲୁଚାଲୁ କାଣ୍ଡିବିଡିଠାରେ ନିର୍ମାଣଧିନ ପ୍ରୋଟେକସନ ୱାଲ ଯାହାକି ବନ୍ୟା ଦାଉରୁ ନଦୀର କୂଳବନ୍ଧକୁ ସୁରକ୍ଷା ଦେବା କଥା ତାହା ବର୍ତ୍ତମାନ ନିମ୍ନମାନର କାର୍ଯ୍ୟ ଯୋଗୁଁ ଫାଟି ଆଁ କଲାଣି ଓ ଧସିଯାଇଛି । ଯାହାକି କାର୍ଯ୍ୟର ସ୍ଥାୟୀତ୍ବ ପ୍ରତି ପ୍ରଶ୍ନ ଉଠାଇଲାଣି । ପୁରୁଣା ନାଳିଆ ନଦୀରେ ସଂସ୍କାର କାର୍ଯ୍ୟ ପ୍ରାୟ ୩୦ ଦିନ ତଳେ ଆରମ୍ଭ ହୋଇଥିଲେ ମଧ୍ୟ ସ୍ଥାନେ ସ୍ଥାନେ ମାଟି ଧସିବା ଆରମ୍ଭ କଲାଣି । ତେଣୁ ଏହି ସଂସ୍କାର କାର୍ଯ୍ୟ କାହା ପାଇଁ ବୋଲି ସ୍ଥାନୀୟ ଲୋକମାନେ ଅସନ୍ତୋଷ ବ୍ୟକ୍ତ  କରିଛନ୍ତି ।

{"id":649567,"sizeSlug":"full","linkDestination":"none"}

ସେହିପରି ଚାଷୀମାନେ ସେମାନଙ୍କର ଚାଷ କାର୍ଯ୍ୟ ପାଇଁ ନଦୀର ଅପର ପାର୍ଶ୍ଵକୁ ଯିବା ଆସିବା କରିବା ପାଇଁ ଆବଶ୍ୟକୀୟ ଫୁଟ୍ ବ୍ରିଜ୍ ନିର୍ମାଣ ହୋଇ ନଥିବାରୁ ଚଳିତ ବର୍ଷ ବର୍ଷା ଋତୁରେ ଗୋଟେ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ଚାଷୀ କାର୍ଯ୍ୟ ପାଇଁ ଯିବା ସମ୍ଭବ ହେବନାହିଁ । କେବଳ ସେତିକି ନୁହେଁ ଚାଷ ଜମିରୁ ବର୍ଷା ଜଳ ନଦୀ ବନ୍ଧରେ ନିଷ୍କାସନ ପାଇଁ ହୋମ୍ ପାଇପ୍ ମଧ୍ୟ ପକାଯାଇନାହିଁ, ଫଳରେ ଚଳିତ ବର୍ଷ ବନ୍ୟା ପରିସ୍ଥିତି ଭୟଙ୍କର ହେବ ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଚାଷୀ । ଏଣୁ ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ବନ୍ୟା ଆସିବା ପୂର୍ବରୁ ପୁର୍ନବାର ପ୍ରୋଟେକ୍ସନୱାଲ ନିର୍ମାଣ ସହ ଆବଶ୍ୟକୀୟ ଫୁଟ୍‌ବ୍ରିଜ୍ ତୁରନ୍ତ ନିର୍ମାଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।  ଦାୟିତ୍ବରେ ଥିବା ଯନ୍ତ୍ରୀ ନିଜେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିବାକୁ ସ୍ଥାନୀୟ ଲୋକମାନେ ସାଳନ୍ଦୀ କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଅଭିଯୋଗ ଜଣାଇଛନ୍ତି ।

{"id":649568,"sizeSlug":"full","linkDestination":"none"}

ଅନ୍ୟପକ୍ଷରେ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି, ସେ ଖବର ପାଇ ସେଠାକୁ ଯାଇଥିଲେ ଓ କାର୍ଯ୍ୟର ସ୍ଥିତି ଦେଖିଛନ୍ତି ଓ ଯେଉଁ କେତେକ ତ୍ରୁଟି ରହିଛି ତାକୁ ସୁଧାରିବା ପାଇଁ କାର୍ଯ୍ୟାଦେଶ ନେଇଥିବା ଠିକା ସଂସ୍ଥା ଓ ଦାୟିତ୍ବରେ ଥିବା ଯନ୍ତ୍ରୀଙ୍କୁ ମଧ୍ୟ ତାଗିଦ କରି କହିଛନ୍ତି । ଠିକ୍ ଭାବେ କାର୍ଯ୍ୟ ତଦାରଖ କରିବା ପାଇଁ ବହୁ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି ସରକାର ଓ ବିଭାଗ । କିନ୍ତୁ ଲାଭଖୋର ମନୋଭାବ ପାଇଁ ଏବେ ବି ସରକାରୀ ଯୋଜନା ଲୋକଙ୍କ କାମରେ ଲାଗିପାରୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.