ଦିଗପହଣ୍ଡିରେ କାଠ ବୋଝେଇ ଟ୍ରକ ଜବତ
27/09/2018 at 12:25 PM

ଗଞ୍ଜାମ ୨୭/୦୯: ରତନେଇଶ୍ୱରୀ ମନ୍ଦିର ନିକଟରୁ ଗୁରୁବାର ଭୋର ସକାଳୁ ଦିଗପହଣ୍ଡି ବନବିଭାଗ ପକ୍ଷରୁ ଚଢ଼ାଉ କରି ଶାଗୁଆନ କାଠ ବୋଝେଇ ଟ୍ରକ ଜବତ କରାଯାଇଛି। ବଜାର ମୂଲ୍ୟ ପ୍ରାୟ ୮୦ ହଜାର ଟଙ୍କା ହେବ । ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ବନବିଭାଗ ଖବର ପାଇ ଚଢ଼ାଉ କରିଥିଲେ । ଘଟଣାରେ ଗାଡି ଚାଳକ ଗିରଫ ହୋଇଛି । ଗିରଫ ଗାଡି ଚାଳକ ଜଣକ ହେଲେ ମର୍ଡ଼ରାଜପୁର ଗ୍ରାମର ସନ୍ୟାସୀ ପ୍ରଧାନ । ରତନେଇ ଜଙ୍ଗଲରୁ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରକୁ କାଠ ଚାଲାଣ ହେଉଥିଲା ।
Related Posts
ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ
28 January 2023
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023