ସଂରକ୍ଷିତ ଜଙ୍ଗଲରୁ ଶାଳ କାଠ ଗଣ୍ଡି ଜବତ

Published By : Prameya-News7 Bureau | November 30, 2020 IST

ପାଟଣା ୩୦।୧୧: ସଂରକ୍ଷିତ ଜଙ୍ଗଲରୁ ଶାଳ ଗଣ୍ଡି ଜବତ କଲା ବନ ବିଭାଗ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ରାଜନଗର ବିଟ୍ ଅନ୍ତର୍ଗତ କୋଡ଼ଖମଣ ଗାଁ ନିକଟ ପଦ୍ମପୁର ସଂରକ୍ଷିତ ଜଙ୍ଗଲ ଶାଳ ଗଣ୍ଡି ଜବତ କରିଛି ବନ ବିଭାଗ । ଜବତ କାଠର ମୁଲ୍ୟ ୩୦ହଜାରରୁ ଅଧିକ ହେବ ବୋଲି ବନ ଅଧିକାରୀ ସୂଚନା ଦେଇଛନ୍ତି ।   

{"id":370077,"sizeSlug":"large"}

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଜଙ୍ଗଲରେ କେହି ଗଛ କାଟଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀ ଚଢ଼ାଉ କରି ଉକ୍ତ ଶାଳ ଗଣ୍ଡିକୁ ଜବତ କରିଛି । ଏହାସହ ସମସ୍ତ ଖୀରେଇଟାଙ୍ଗିରୀ ବନପାଳ କାର୍ଯ୍ୟାଳୟକୁ ଜବତ କାଠ ଅଣାଯାଇଛି । ଏହି ଚଢ଼ାଉରେ ବନପାଳ ଅମୁଲ୍ୟ ସେନାପତି ବନରକ୍ଷୀ ନଗେନ୍ଦ୍ର ଜେନା ସମେତ ପାରାଷ୍ଟାଫ ସାମିଲ ଥିଲେ। ତେବେ ଚଢାଉରେ ପ୍ରାୟ ୬ଖଣ୍ଡ କାଠ , ଯାହାର ମୁଲ୍ୟ ୩୦ହଜାର ଟଙ୍କା ହେବ ବୋଲି ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.