ଚୋରା କାରବାରର ପର୍ଦ୍ଦାଫାଶ , ଟ୍ରାକ୍ଟର ବୋଝେଇ କାଠ ସହ ଜଣେ ଗିରଫ

Published By : Prameya-News7 Bureau | December 31, 2020 IST

କାମାକ୍ଷନଗର ୩୧।୧୨: ବନ ବିଭାଗ ପକ୍ଷରୁ କାମାକ୍ଷନଗର କୋଇ ଜଙ୍ଗଲରେ ଚଢାଉ । ଏହି ଚଢାଉରେ ଚୋରା କାଠ ବୋଝେଇ ଟ୍ରାକ୍ଟ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ବନକର୍ମଚାରୀ । ଏହାସହ ଗୋଟିଏ ବାଇକକୁ ମଧ୍ୟ ଜବତ କରିଛି ବନବିଭାଗ ।

ଖବର ଅନୁଯାୟୀ, କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଇ ଜଙ୍ଗଲରୁ ଦୀର୍ଘଦିନ ହେବ ମାଫିଆମାନେ ଚୋରାରେ କାଠ ଚାଲାଣ କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ , ଆଜି ଭୋର ସମୟରେ କାଠ ଚୋରାଚାଲାଣ ବେଳେ ଚଢାଉ କରିଥିଲା ବନବିଭାଗ । ଚୋରା କାଠ କୋଇ ଜଙ୍ଗଲରୁ ଭୁବନ ବ୍ଲକ ଡହଣାବିଲ୍ଲି ଗାଁକୁ ବିକ୍ରି କରିବାକୁ ଯାଉଥିଲା ।  ଚୋରା କାଠ ବୋଝେଇ ଟ୍ରାକ୍ଟର ସହ ଡ୍ରାଇଭରକୁ ଗିରଫ କରାଯାଇଛି । ଚଢ଼ାଉ ବେଳେ କିଛି କାଠ ମାଫିଆ ବାଇକ ଛାଡି ପଳାଇଥିବା ସୂଚନା ରହିଛି  । ଯାହାଫଳରେ ଘଟଣାସ୍ଥଳରୁ ଏକ ବାଇକକୁ ବନ କର୍ମଚାରୀ ମାନେ ଜବତ କରିବାରେ ସକ୍ଷମ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.