Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଚୋରା ଚାଲାଣ ବେଳେ ବନବିଭାଗର ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଜବତ ଓ ୨ଗିରଫ

14/02/2023 at 3:08 PM

ପାଟଣା ୧୪/୦୨: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନରେ ବନବିଭାଗ ଚଢ଼ାଉ । ମାଛଗଡ଼ ବିଟ୍ ଅଧୀନ ଖଡ଼ିକାପଡ଼ା ଗ୍ରାମର ହୁଡ଼ି ସାହିରୁ ବିପୁଳ ପରିମାଣର କାଠ ଜବତ ହୋଇଛି ।

ସୋମବାର ବିଳମ୍ବିତ ରାତିରେ ବେଆଇନ ଭାବରେ କାଠ ଚୋରା ଚାଲାଣ ହେଉଥିବା ଖବର ପାଇ ଚଢାଉ କରିଥିଲା ବନବିଭାଗ । ତେବେ ଗୋଟିଏ ଟ୍ରାକ୍ଟରକୁ ଜବତ କରିବା ସହ ୧୨ଟି ଶାଳ ଗଣ୍ଡି ଜବତ କରିଛି ବନବିଭାଗ । ଏଥିସହ ୨ଜଣଙ୍କୁ ଗିରଫ କରିଛି ବନ ବିଭାଗ ।

ଗିରଫ ଦୁଇ ଜଣ ହେଲେ ଖଡ଼ିକାପଦା ଗ୍ରାମର ଉପେନ୍ଦ୍ର ମୁଣ୍ଡା ଓ ବାବୁରାମ ମାଝୀ । ଜବତ ଶାଳ ଗଣ୍ଡି ଗୁଡ଼ିକର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ବନ ବିଭାଗ ସୂଚନା ଦେଉଛି । ଏହି ଚଢ଼ାଉରେ ସାହାରପଡା ଫରେଷ୍ଟର ଭୂପତି କୁମାର ସେଠୀ ,ବନରକ୍ଷୀ ନିରୂପମା ମହାକୁଡ଼ ଏବଂ ପାରାଷ୍ଟାପ୍ ସାମିଲ ଥିଲେ l

   Related Posts