ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ

Published By : Prameya-News7 Bureau | August 12, 2022 IST

ପାଟନା,୧୨/୦୮: ବିପୁଳ ପରିମାଣର କାଠ ଜବତ । କେନ୍ଦୁଝର ଜିଲ୍ଲା ଦେଇ  ଯାଇଥିବା ୨୦  ନମ୍ବର ଜାତୀୟ ରାଜପଥର ପିପିଳିଆ ନିକଟରେ ବିଳମ୍ବିତ ରାତିରେ ପାଟଣା ବନ ବିଭାଗ ଚଢ଼ଉ କରିଥିଲା । ଚଢଉ ବେଳେ ଏକ ଶାଳ ଚୌକାଠ ବୋଝେଇ ସ୍କର୍ପିଓକୁ ଜବତ କରିଛି ବନ ବିଭାଗ।

ସୁଚନା ଅନୁସାରେ, କାଠ ବୋଝେଇ ସ୍କର୍ପିଓଟି କେନ୍ଦୁଝରରୁ ଢେଙ୍କିକୋଟ ଆଡ଼କୁ ଯାଉଥିଲା ।  କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ଚଢ଼ଉ କରିଥିଲା । ଚଢଉ ବେଳେ ସ୍କର୍ପିଓରୁ ୭୫ ଖଣ୍ଡ ଚୌକାଠ ଜବତ ହୋଇଛି । ତେବେ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପାଟଣା ରେଞ୍ଜର ଘାସିନାଥ ପାତ୍ର ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.