କାଠ ଚୋରଙ୍କ ମାଫିଆ ରାଜ୍ : ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରି ଛଡାଇ ନେଲେ କାଠ ବୋଝେଇ ଗାଡି
8/06/2023 at 12:20 PM

ଘଟଗାଁ ୮।୬: ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରି ଛଡାଇ ନେଲେ ଚୋରା କାଠ ବୋଝେଇ ଗାଡି । କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ଏନଏଚ-୨୦ ବାଲିଯୋଡି ଗ୍ରାମ ନିକଟରେ ବନ ବିଭାଗ ଉପରେ କାଠ ମାଫିଆମାନେ ଆକ୍ରମଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ଏକ ଗାଡ଼ିରେ ଚୋରା କାଠ ଚାଲାଣ କରାଯାଉଥିବା ନେଇ ବନ ବିଭାଗ ଖବର ପାଇବା ପରେ ଚୋରା କାଠ ଗାଡିର ପିଛା କରି କାଠ ଗାଡିକୁ ଧରିବାରେ ସଫଳ ହୋଇଥିଲା । ବନ ବିଭାଗ ଚୋରା କାଠ ଗାଡିକୁ ଜବତ କରି ଆଣୁଥିବା ସମୟରେ ବାଲିଯୋଡି ନିକଟରେ ହଠାତ ୩ଟି ଗାଡ଼ିରେ କାଠ ମାଫିଆମାନେ ଆସି ବନ ବିଭାଗ କର୍ମଚାରୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏଥିସହ ବନ ବିଭାଗର ଏକ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିବା ପରେ ଜବତ ଚୋରା କାଠ ଗାଡିଟିକୁ ନେଇ ଫେରାର ହୋଇଯାଇଥିଲେ । ଘଟଣା ଘଟାଇଥିବା ମାଫିଆମାନଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ।
You Can Read :