ତେଲକୋଇ ୪।୧୨: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅନ୍ତର୍ଗତ କାଳିଆହତା ଫରେଷ୍ଟ ବିଟ୍ ଅଞ୍ଚଳରୁ ବିଳମ୍ବିତ ରାତିରେ ଜଙ୍ଗଲରେ କାଠ କାଟୁଥିବା ବେଳେ ୮ ଜଣଙ୍କୁ ଗିରଫ କରିଛି ତେଲକୋଇ ବନବିଭାଗ । କଳାପାଟ ସଂରକ୍ଷିତ ଜଙ୍ଗଲ ଅଧିନସ୍ଥ ରେକୁଟି ଜଙ୍ଗଲରେ କାଠ କାଟୁଥିବା ବେଳେ ବନ ବିଭାଗ ଖବର ପାଇ ଚଢାଉ କରିଥିଲା ।
{"id":372386,"sizeSlug":"large"}ଘଟଣାସ୍ଥଳରୁ କାଠ ମାଫିଆଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ କରିଛି । ସମସ୍ତ ଗିରଫ ବ୍ୟକ୍ତି ହେଲେ ଝାଡଖଣ୍ଡ ରାଜ୍ୟର ବୋଲି ତେଲକୋଇ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ସାଆନ୍ତରାପୁର ଗାଁକୁ ଏହି ଚୋରା କାଠ ଚାଲାଣ ପାଇଁ ଯୋଜନା କରୁଥିଲେ କାଠ ମାଫିଆ ।