ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ

Published By : Prameya-News7 Bureau | August 09, 2021 IST

ନୀଳଗିରି,୯/୮: ନୀଳଗିରି ବନବିଭାଗ ପକ୍ଷରୁ ଆଜି ବେଆଇନ କରତକଳ ଉପରେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ ହୋଇଛି । ସୂଚନାଯୋଗ୍ୟ, ରେମୁଣା ବ୍ଲକ ଅଧିନ ଗୋବିନ୍ଦପୁର ଅଞ୍ଚଳରେ ବହୁ ଦିନଧରି ବେଆଇନ କରତକଳ ଚାଲିଆସୁଥିଲା । ଆଜି ନୀଳଗିରି ରେଞ୍ଜର ମନ୍ବର ଖାଁଙ୍କ ନେତୃତ୍ୱରେ ଏକ ଟିମ ଅଚାନକ ଚଢ଼ାଉ କରିବା ସହ ମୂଲ୍ୟବାନ ୬୫ ସିଫ୍ଟ କାଠ ଓ ଯନ୍ତ୍ରାଂଶ ଜବତ କରାଯାଇଥିବା ଜଣାପଡ଼ିଛି ।

ମେସିନ ସାହାଯ୍ୟରେ ବେଆଇନ କରତକଳଟିକୁ ଭାଙ୍ଗି ଦିଆଯାଇଛି । ଏନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.