ଏଥର ଜଗାକୁ ସହଜରେ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ, ତିଆରି ହେଲା କାଠ ଚେୟାର

Published By : Prameya-News7 Bureau | February 29, 2024 IST

ପୁରୀ ୨୯।୦୨ : ଦିବ୍ୟାଙ୍ଗ ଭକ୍ତଙ୍କ ସହଜ ଦର୍ଶନ ପାଇଁ ନିର୍ମାଣ ହେଲା କାଠ ଚେୟାର। ବାହକମାନଙ୍କ ସହାୟତାରେ କାଠ ଚେୟାରରେ ବସି ଦିବ୍ୟାଙ୍ଗ ଭକ୍ତ ମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏଥିପାଇଁ ଦିବ୍ୟାଙ୍ଗ ଭକ୍ତ ମାନଙ୍କୁ ଅନଲାଇନରେ ପଞ୍ଜିକରଣ କରିବାକୁ ପଡିବ।

ତେବେ ପ୍ରଥମ ପର୍ଯ୍ୟାୟରେ ୨୦ ଟି କାଠ ଚେୟାର ନିର୍ମାଣ କରାଯାଇଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ। ମହାପ୍ରଭୁଙ୍କ ଗୋପାଳବଲ୍ଲଭ ଠାରୁ ସକାଳ ଧୂପ ଶେଷ ମଧ୍ୟରେ ଦିବ୍ୟାଙ୍ଗ ଭକ୍ତମାନେ ଏହି ସ୍ବତନ୍ତ୍ର କାଠ ଚେୟାରରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ତେବେ ଗୁରୁବାର ଅନୁଷ୍ଠିତ ହେଉଥିବା ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ।

wp:embed {"url":"https://www.prameyanews7.com/railway-minister-said-vistadome-train-services-to-be-launched-between-puri-and-konark/","type":"wp-embed","providerNameSlug":"prameya-news-7"}
https://www.prameyanews7.com/railway-minister-said-vistadome-train-services-to-be-launched-between-puri-and-konark/
/wp:embed

ସେପଟେ ପ୍ରତିଦିନ ଶ୍ରୀମନ୍ଦିରକୁ ଆସୁଥିବା ଦିବ୍ୟାଙ୍ଗ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗ ଭକ୍ତଙ୍କୁ ନେବା ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନଥିବା ବେଳେ ଦର୍ଶନ ପାଇଁ ମଧ୍ୟ କୌଣସି ବିଶେଷ ବ୍ୟବସ୍ଥା ନାହିଁ। ଫଳରେ ସାଧାରଣ ଭକ୍ତଙ୍କ ସହ ଦିବ୍ୟାଙ୍ଗ ମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡୁଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଦିବ୍ୟାଙ୍ଗ ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ଵାରରେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ମନ ଦୁଃଖରେ ଫେରୁଛନ୍ତି।

 ତେବେ ଦିବ୍ୟାଙ୍ଗ ଭକ୍ତଙ୍କ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ପୁରୀ ବିଧାୟକ, ସେବାୟତ ଓ ଦିବ୍ୟାଙ୍ଗ ଭକ୍ତ ବାରମ୍ବାର ଦାବି ପରେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଦିବ୍ୟାଙ୍ଗ ଭକ୍ତଙ୍କୁ ହୁଇଲ୍ ଚେୟାର ମାଧ୍ୟମରେ ପ୍ରଥମେ ଉତ୍ତର ଦ୍ବାର ନିକଟକୁ ନିଆଯିବ। ପରେ ବାହକଙ୍କ ସହାୟତାରେ ଦିବ୍ୟାଙ୍ଗ ମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଏବଂ ନିର୍ଦ୍ଧିଷ୍ଟ ସମୟରେ ଦର୍ଶନ ବ୍ୟବସ୍ଥା କରାଯିବା ନେଇ ବ୍ୟବସ୍ଥା କରାଯାଉଛି।

wp:embed {"url":"https://www.prameyanews7.com/prasanta-jagdev-joins-bjp/","type":"wp-embed","providerNameSlug":"prameya-news-7"}
https://www.prameyanews7.com/prasanta-jagdev-joins-bjp/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.