ଅମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ୍‌ ସିଂହ ଚଡ୍ଡା’ ବ୍ୟାନ୍‌ କରିବାକୁ ସନାତନ ରକ୍ଷକ ସେନାର ବିକ୍ଷୋଭ; ଫିଲ୍ମ ବୟକଟ୍ କରିବାକୁ ଦ୍ୱାର ଦ୍ୱାର ବୁଲି ଲୋକଙ୍କୁ ଅନୁରୋଧ କରିବ ସେନା

Published By : Prameya-News7 Bureau | August 11, 2022 IST

ମୁମ୍ବାଇ: ଅମୀର ଖାନ୍‌ଙ୍କ ଫିଲ୍ମ ଲାଲ୍‌ ସିଂହ ଚଡ୍ଡାକୁ ବ୍ୟାନ୍‌ କରିବା ନେଇ ଦାବି ଜୋର୍ ଧରିଛି। ଫିଲ୍ମର ଟ୍ରେଲ୍ ରିଲିଜ୍ ହେବା ପୂର୍ବରୁ ଏହାକୁ ବ୍ୟାନ୍ କରିବା ନେଇ କେତେ ସଂଗନ ଦାବି କରିଆସୁଛନ୍ତି। ଏହାରି ଭିତରେ ସନାତନ ରକ୍ଷକ ସେନା ସିନେମାର ବ୍ୟାନ୍‌ ନେଇ ଉତ୍ତର ପ୍ରଦେଶରେ ବିକ୍ଷୋଭ କରିବା ଆରମ୍ଭ କରିଦେଇଛନ୍ତି। ହଲିଉଡ୍‌ ଫିଲ୍ମ ଫରେଷ୍ଟ ଗମ୍ପରୁ ଏହି ଫିଲ୍ମ କପି ହୋଇଛି। ଅମୀରଙ୍କ ଫିଲ୍ମକୁ ଉତ୍ତର ପ୍ରଦେଶରେ ବ୍ୟାନ୍ କରିବା ଲାଗି ସନାତନ ରକ୍ଷକ ସେନା ଦାବି କରିଛି।  

ଅମୀର ଖାନ୍‌ଙ୍କ ଉପରେ ହିନ୍ଦୁ ସଂଗଠନ ଏତେ ଆକ୍ରୋଶର କାରଣ ହେଲା ତାଙ୍କ ସିନେମାରେ ଅନେକ ସମୟରେ ହିନ୍ଦୁ ଅସ୍ଥା ଓ ଦେବାଦେବୀଙ୍କ ଉପରେ ଫିଲ୍ମ ବନାଯଆଇଛି। ଅମୀର ଫିଲ୍ମର ହିନ୍ଦୁ ଆସ୍ଥାକୁ ବ୍ୟାଙ୍ଗ କରିଛନ୍ତି ବୋଲି ହିନ୍ଦୁ ପକ୍ଷ ଅଭିଯୋଗ କରିଆସୁଛି।

ଏନେଇ ସନାତନ ରକ୍ଷକ ସେନା ଫିଲ୍ମର ନିର୍ଦ୍ଦେଶକ ଅଦ୍ୱେତ ଚୌହ୍ୱାନଙ୍କ ବିରୋଧରେ ମଧ୍ୟ ନାରାବାଜୀ କରିଛନ୍ତି। ଉତ୍ତର ପ୍ରଦେଶ ଭେଲୁପୁରରେ ସେନା ପକ୍ଷରୁ ବିକ୍ଷୋଭ କରାଯାଇଥିଲା।  ଆମେ ସନାତନୀମାନେ ଏହି ଫିଲ୍ମକୁ ଦେଶରେ ଚାଲିବାକୁ ଦେବୁ ନାହିଁ ବୋଲି ସେନା ପକ୍ଷରୁ କୁହାଯାଇଛି।

ଉତ୍ତର ପ୍ରଦେଶରେ ସେନାର ଯୁବ ଶାଖାର ଅଧ୍ୟକ୍ଷ ଚନ୍ଦ୍ର ପ୍ରକାଶ ସିଂହ ଏବଂ ଉପସଭାପତି ଅରୁଣ ପାଣ୍ଡେ ଅଭିଯୋଗ କରିଛନ୍ତି ଯେ ଅମୀର ଖାନ ସନାତନ ଧର୍ମ ବିରୋଧରେ ରହିଛିନ୍ତି। ସେଥିପାଇଁ ସେ ଅନେକ ସମୟରେ ହିନ୍ଦୁଙ୍କୁ ବ୍ୟଙ୍ଗ କରନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଉତ୍ତର ପ୍ରଦେଶରେ ସେନାର ଯୁବ ଶାଖାର ଅଧ୍ୟକ୍ଷ ଚନ୍ଦ୍ର ପ୍ରକାଶ ସିଂହ ଏବଂ ଉପସଭାପତି ଅରୁଣ ପାଣ୍ଡେ ଅଭିଯୋଗ କରିଛନ୍ତି ଯେ ଅମୀର ଖାନ ସନାତନ ଧର୍ମ ବିରୋଧରେ ରହିଛିନ୍ତି। ସେଥିପାଇଁ ସେ ଅନେକ ସମୟରେ ହିନ୍ଦୁଙ୍କୁ ବ୍ୟଙ୍ଗ କରନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.